ନିରାକାରପୁର, ୧୬/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ତୈଳଦର ବୃଦ୍ଧି ଓ କିଛି ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ସୋମବାର କଂଗ୍ରେସ ତରଫରୁ ରାଜ୍ୟବାପୀ ସକାଳ ୭ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ଡ଼ାକରା ଦିଆଯାଇଥିଲା । ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଛକ ୧୬ନଂ ଜାତୀୟ ରାଜପଥରେ କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରି ରଖିଥିବାବେଳେ ଜଙ୍କିଆ ଓ ରାମେଶ୍ୱର ଛକର ସମସ୍ତ ଦୋକାନ,ବଜାର, ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରିଥିଲେ । କଂଗେସ ବରିଷ୍ଠ ଯୁବନେତା ବିଶ୍ୱ ଭୂଷଣ ଛୋଟରାୟଙ୍କ ନେତୃତ୍ୱରେ ହୋଇଥିବା ବନ୍ଦ ପାଳନ ସକାଳ ୭ଟାରୁ ଆରମ୍ଭ ହୋଇଥିଲା । ଏହି ସମୟରେ ହଜାର ହଜାର ଯାନବାହାନ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିବାବେଳେ ଜରୁରୀ କାଳୀନ ସେବା ଗାଡ଼ିଗୁଡ଼ିକୁ ଛଡ଼ା ଯାଇଥିଲା । କେନ୍ଦ୍ର ସରକାରଙ୍କ ତୈଳ ଦରବୃଦ୍ଧି ବିରୋଧରେ ଉପସ୍ଥିତ ନେତାମାନେ ମତବ୍ୟକ୍ତ କରି ତୁରନ୍ତ କେନ୍ଦ୍ର ସରକାର ତୈଳ ଦରବୃଦ୍ଧି ପ୍ରତ୍ୟାହୃତ କରିବାକୁ ନାରାବାଜି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରତିବାଦ ସଭାରେ କରୁଣାକର ସେଠୀ, ରାଜକିଶୋର ବେହେରା, ଲିଟୁ ସେନାପତି, କାର୍ତିକ ଭୁଜବଳ, ପୂର୍ବତନ ସମିତିସଭ୍ୟ ଗଣେଶ ପାଲାଟାସିଂହ, ଶେଖ ରୁସ୍ତମ ଖାଁ, ମୀନକେତନ ଭୁଜବଳ,ଶିବ ମଲ୍ଲ, ଚକ୍ରଧର ବରିସଲ ଓ ବୁବୁନା ସେଠୀ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ । ଘଟଣାସ୍ଥଳରେ ନିରାକାରପୁର ଆଇଆଇସି ଭବାନୀ ଶଙ୍କର ଖୁଂଟିଆ , ଜଙ୍କିଆ ଥାନା ଆଇଆଇସି ସତ୍ୟବ୍ରତ ଲେଙ୍କା ଓ ଡ଼ିଏସପି ସତିଶ କୁମାର ପାଢୀ ପ୍ରମୁଖ ଉପସ୍ଥିତ ରହି ଶାନ୍ତିଶୃଖଂଳା ରକ୍ଷା କରିବା ସହ ଆନ୍ଦୋଳନକାରୀଙ୍କଠାରୁ ଦାବିପ୍ରତ୍ର ଗ୍ରହଣ କରିଥିଲେ । ସାଢେ୧୨ଟା ବେଳକୁ ଆନ୍ଦୋଳନକାରୀମାନେ ରାସ୍ତାରୁ ହଟିଥିଲେ । ଓଡ଼ିଶା ସମାଚାର