Saturday , April 1 2023
Breaking News
Home / ରାଜନୀତି / ତୈଳଦର ବୃଦ୍ଧି ପ୍ରତିବାଦରେ ଭୁବନରେ କଂଗ୍ରେସ ତରଫରୁ ବନ୍ଦ ପାଳନ

ତୈଳଦର ବୃଦ୍ଧି ପ୍ରତିବାଦରେ ଭୁବନରେ କଂଗ୍ରେସ ତରଫରୁ ବନ୍ଦ ପାଳନ

  ଭୁବନ ୧୬/୦୨/୨୦୨୧ (ଓଡ଼ିଶା ସମାଚାର)- ମହାମାରୀ କରୋନା ସହିତ ଲକଡାଉନ ସଟଡାଉନ ସମୟ ସାଧାରଣ ଲୋକଙ୍କ ଆର୍ଥôକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ କେନ୍ଦ୍ର ସରକାର ବାରମ୍ବାର ତୈଳ ଦର ବୃଦ୍ଧି କରିଚାଲିଛନ୍ତି । ତୈଳଦର ସାଙ୍ଗକୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତ୍ୟେକଙ୍କୁ ବାଧୁଛି । ଏହି ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ପ୍ରଦେଶ କଂଗ୍ରେସ ତରଫରୁ ଦିଆଯାଇଥିବା ୬ ଘଣି୍ଟଆ ବନ୍ଦ ପାଳନ ଭୁବନରେ ସଫଳ ହୋଇଛି । ଭୁବନ ନଗର କଂଗ୍ରେସ ସଭାପତି ମନୋଜ କୁମାର ସାହୁ ଙ୍କ ନେତୃତ୍ୱ ଓ କାମାକ୍ଷାନଗର ବିଧାନସଭା ଯୁବ କଂଗ୍ରେସ ସଭାପତି ବିନୋଦ ମହାରଣା ଙ୍କ ତତ୍ୱାବଧାନରେ କଂଗ୍ରେସ କର୍ମୀମାନେ ସକାଳ ୭ ଘଟିକା ସମୟରେ ୫୩ ନମ୍ବର ଜାତୀୟ ରାଜପଥର କାଳୀବଜାର ଠାରେ ଏକତ୍ରିତ ହୋଇ ବନ୍ଦ ପାଳନ କରିଥିଲେ । ଜନସାଧାରଣ ସ୍ୱତଃପ୍ରବୃତ ଭାବେ ବନ୍ଦ କୁ ସମର୍ଥନ କରିଥିଲେ । ଗାଡି ଚଳାଚଳ ,ଦୋକାନ,ବଜାର,ସ୍କୁଲ,କଲେଜ ସଂପୂର୍ଣ୍ଣ ବନ୍ଦ ଥିଲା ବେଳେ କଂଗ୍ରେସ କର୍ମୀମାନେ ପିକେଟିଂ କରି ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଗୁଡିକୁ ବନ୍ଦ କରାଇଥିଲେ । ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ ବେଳେ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଥିଲା । ସୁରକ୍ଷା ବ୍ୟବସ୍ଥା ସକାଶେ ଭୁବନ ଥାନା ଏସଆଇ ବିକାଶ ଚନ୍ଦ୍ର ବେହେରା,ଏଏସଆଇ ପ୍ରଭାତ ନାୟକ ସଦଳବଳେ କାଳୀବଜାର ଓ ନୂଆବଜାରରେ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.