Tuesday , March 28 2023
Home / ରାଜନୀତି / ତେଲଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଓଡିଶା ବନ୍ଦ ଡାକରା କେନ୍ଦ୍ରାପଡାରେ ସଫଳ

ତେଲଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଓଡିଶା ବନ୍ଦ ଡାକରା କେନ୍ଦ୍ରାପଡାରେ ସଫଳ

କେନ୍ଦ୍ରାପଡା, ୧୬/୦୨/୨୦୨୧ (ଓଡ଼ିଶା ସମାଚାର)-ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନରେ ସୋମବାର ଓଡିଶା ବନ୍ଦ କେନ୍ଦ୍ରାପଡାରେ ସଫଳ ହୋଇଥିବା ଦେଖାଯାଇଛି । ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ଦୋକାନ, ବ୍ୟବସାୟ କେନ୍ଦ୍ର ପ୍ରଭୃତି ବନ୍ଦ ରହିଥିବା ଦେଖାଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଓ ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଓଡିଶା ବନ୍ଦକୁ ସଫଳ କରିବା ପାଇଁ କେନ୍ଦ୍ରାପଡାରେ କଂଗ୍ରେସ ଦଳର ନେତା ଓ କର୍ମୀମାନେ ସକାଳ ୭ଟା ଠାରୁ ସହରର ପୁରୁଣା ବସଷ୍ଟାଣ୍ଡ, ତିନିମୁହାଣି ଛକ, ଗୋପଛକ, ଗରାପୁର ଛକ, ଦୁହୁରିଆ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିରହିଥିବାର ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କୁ ଓଡିଶାରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦ଟଙ୍କା କମାଇବା ପାଇଁ ପିସିସି ସଭାପତିଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏହି ବନ୍ଦରେ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ, ସ୍କୁଲ,କଲେଜ, ବ୍ୟବସାୟ ପ୍ରତିଷ୍ଠାନ ଓ ଯାନବାହାନ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ ରହିଥିବା ଦେଖାଯାଇଥିଲା । ସକାଳ ୭ଘଟିକା ଠାରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ଏହି ୭ଘଂଟିଆ ବନ୍ଦ ଆନ୍ଦୋଳନ ସାଧାରଣ ତେଲ ବ୍ୟବହାର କରୁଥିବା ଖାଉଟି ଓ ଜନସାଧାରଣଙ୍କର ହିତ ଉଦେଶ୍ୟରେ ଡାକରା ଦିଆଯାଇଥିବାରୁ କେନ୍ଦ୍ରାପଡାବାସୀ ଏଥିପ୍ରତି ପୂର୍ଣ୍ଣ ସମର୍ଥନ ଜଣାଇଥିବାରୁ ପୂର୍ବତନମନ୍ତ୍ରୀ ଶ୍ରୀ ବେହେରା ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନ.ଡି.ଏ. ସରକାର ଅବିଚାରିତ ଭାବେ ତେଲଦର ବୃଦ୍ଧି କରି ନିରୀହ ଦେଶବାସୀଙ୍କ ଉପରେ ଦାଉ ସାଧୁଥିବାରୁ ତାହାର ଦୃଢ ନିନ୍ଦା କରାଯାଇଥିଲା । ଅବିଳମ୍ବେ ତେଲ ଉପରେ ଶୁଳ୍କ ହ୍ରାସ କରାଯାଇ ତେଲଦର କମାଇବାକୁ ଦାବି କରାଯାଇଥିଲା । ଏହି ବନ୍ଦ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ହଳଧର ସେଠୀ, ମହମ୍ମଦ ଆକବର ଅଲ୍ଲୀ, ପ୍ରଫୁଲ୍ଲ ଦାସ, ଫକିର ଚରଣ ଖଟୁଆ, ଶରତ ବେହୁରା, ସୈାମେନ୍ଦ୍ର ପୃଷ୍ଟି, ରାଜେଶ ମହାନ୍ତି, ସମ୍ବିତ ଶ୍ରୀଚନ୍ଦନ, ନିରଞ୍ଜନ ସାହୁ, ରମେଶ ଦାସ, ମୀର ମୁର୍ଶିଦ, ରମେଶ ବାରିକ, ଆଶିଷ ମେକାପ, ପ୍ରଦୀପ ରାଉତ, ଗୋପାଳକୃଷ୍ଣ ଜେନା, ରତିକାନ୍ତ ସାମଲ, ଲକ୍ଷ୍ମୀଧର ସାମଲ, ଜ୍ଞାନରଞ୍ଜନ ମହାନ୍ତି,ବସନ୍ତ କୁମାର ରାଉତ, ଶାରଦା ପ୍ରସନ୍ନ ରାଉତ, ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସୟଦ ଅବଦୁଲ ସତାର, ମୁକ୍ତାର ଖାଁ, ହିବଜୁର ରହେମାନ, ପ୍ରଦୁ୍ୟମ୍ନ କୁମାର ଜେନା, ସଞ୍ଜୟ କୁମାର ରାଉତ, ଚନ୍ଦନ ଦାସ, ପ୍ରଭାତ କୁମାର ଉଡାନସିଂହ, ଅବିନାଶ ଦାସ, ଦେବବ୍ରତ ତ୍ରିପାଠୀ, କମଳାକାନ୍ତ ବେହେରା, ଗଣେଶ ମେକାପ, ସିଦ୍ଧାର୍ଥ ଜେନା, ଜ୍ଞାନରଞ୍ଜନ ସାହୁ, ସର୍ବେଶ୍ୱର ବେହେରା, ମଂଟୁ ସାହୁ, ଉମେଶ ଚନ୍ଦ୍ର ବେହେରା, ସଞ୍ଜୀବ କୁମାର ବିଶ୍ୱାଳ, ନିରଞ୍ଜନ ପରିଡା, ଶୁଭେନ୍ଦୁ କୁମାର ପରିଡା, ଅନନ୍ତ ଚରଣ ସ୍ୱାଇଁ, ପ୍ରଫୁଲ୍ଲ ବେହେରା, ସେକ ମୋବାହବିନ, ଧ୍ରୁବ ଚରଣ ପଲେଇ, ଜାନକିବଲ୍ଲଭ ମହାନ୍ତି, ବିଚିତ୍ର ଲେଙ୍କା, ପ୍ରତାପ ଚନ୍ଦ୍ର ବିଶ୍ୱାଳ,ଜସ୍ମିନ ଖାନ, ଅନ୍ନପୂର୍ଣ୍ଣା ଦାସ, ଶିବ ପ୍ରସାଦ ବିଶ୍ୱାଳ, ହୃଦାନନ୍ଦ ଲେଙ୍କା, ପ୍ରଶାନ୍ତ କୁମାର ବିଶ୍ୱାଳ, ଅଜିତ କୁମାର ମହାପାତ୍ର, ନରହରି ସେଠୀ, ପିତବାସ ବେହେରା, ନାରାୟଣ ପ୍ରସାଦ ପରିଡା, ଲକ୍ଷ୍ମୀଧର ପଲାଇ, ପ୍ରସାଦ କୁମାର ଜେନା, ପ୍ରହଲାଦ ନାଥ, ଅନ୍ତର୍ଯ୍ୟାମୀ ସ୍ୱାଇଁ, ପିତାମ୍ବର ଜେନା, ପ୍ରେମେସ ପାତ୍ର, ଅଭୟ କୁମାର ଦାସ, ଜ୍ୟୋତିରଞ୍ଜନ ପ୍ରଧାନ, ମହମ୍ମଦ ଇସାକ, ଶରତ ଚନ୍ଦ୍ର ବଳ, ନିର୍ମଳ କୁମାର ସାହୁ ଓ ନୃସିଂହ ଚରଣ ସେଠୀ ପ୍ରମୁଖ ନେତୃମଣ୍ଡଳି ଯୋଗଦେଇ ବନ୍ଦକୁ ସଫଳ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.