–ସମସ୍ୟାର ସମାଧାନ ଓ ଏରଣ୍ଡପାଳ ଗ୍ରୀଡ଼ କାର୍ଯ୍ୟକ୍ଷମ ହେବ କେବେ ?
ତାରପୁର ୧୬/୦୨/୨୦୨୧ (ଓଡ଼ିଶା ସମାଚାର)- ଜଗତସିଂହପୁର ସେସୁ ବିଭାଗ ଅଧିନରେ ଥିବା ରଘୁନାଥପୁର ସବଡ଼ିଭିଜନ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ଘନ ଘନ ବିଦ୍ୟୁତ କାଟରେ ବିଦ୍ୟୁତ ଉପଭୋକ୍ତାମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗକୁ ଖରାଦିନର ତାତି ବଢ଼ିବା ସହିତ ସ୍କୁଲ ଛାତ୍ର ଛାତ୍ରି ମାନଙ୍କର ପରୀକ୍ଷା ଦେବା ସମୟ । ରଘୁନାଥପୁର ସେସୁ ସବଡ଼ିଭିଜନ୍ ଉପରେ ବର୍ତମାନ ନିର୍ଭର କରୁଥିବା ଲୋକମାନେ ବିଦ୍ୟୁତ କାଟ ଜନିତ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ କଟକ ବିରିବାଟୀସ୍ଥିତ ପୋପରଡ଼ା ଠାରୁ ଆସିଥିବା ଏହି ଲାଇନ ଉପରେ ବିରିଡ଼ି, କଟକ ସଦର ଓ ନିଶ୍ଚିନ୍ତକୋଇଲି ବ୍ଲକ୍ ର ଉପଭୋକ୍ତାମାନେ ନିର୍କର କରୁଥିବାବେଳେ ପ୍ରତ୍ୟେକ ଦିନ ୩୦ ରୁ ୪୦ ଥର ବିଦ୍ୟୁତ କାଟ ଲୋକମାନଙ୍କୁ ଅତିଷ୍ଠ କରୁଛି । ଏ ବାବଦରେ ରଘୁନାଥପୁର ସେସୁ ଏସଡ଼ିଓ ବିଶ୍ୱ ରଂଜନ ଦେହୁରୀ କହିଛନ୍ତି ଯେ ଚିକିଣିଆ ପଂଚାୟତର ଏରଣ୍ଡପାଳ ଠାରେ ନିର୍ମାଣାଧିନ ୩୩/୧୧ କେଭି ଗ୍ରୀଡ଼୍ କାର୍ଯ୍ୟକ୍ଷମ ହେଲେ ବିଦ୍ୟୁତ ସରବରାହ ଠିକ୍ ଭାବେ ହୋଇପାରିବ । ତେବେ ପ୍ରଶ୍ନ ଉଠୁଛି କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଜଗତସିଂହପୁର ସେସୁ ଅଧିନରେ ଚିକିଣିଆ ଏରଣ୍ଡପାଳ ଗ୍ରୀଡ଼ ୨୦୧୫ ରୁ ନିର୍ମାଣାଧିନ ଥିବାବେଳେ ଏହା କାର୍ଯ୍ୟକ୍ଷମ ହେବ କେବେ ? ଏହି ଗ୍ରୀଡ଼ କାର୍ଯ୍ୟକ୍ଷମ ହେଲେ ରଘୁନାଥପୁର ଗ୍ରୀଡ଼ ରୁ ଚାପ କମିବା ସହିତ ଚିକିଣିଆ , ତଅଁରା,ଗୁଆଳିପୁର,ରେଢ଼ୁଆ, ତାରପୁର, ପୁରଣ ଓଡ଼ପଡ଼ା,ଛପଡ଼ା ଆଦି ପଂଚାୟତକୁ ବିଦ୍ୟୁତ ସଂଯୋଗ କରାଯିବ । ଫଳରେ ଏହି ପଂଚାୟତର ଗ୍ରାମ ମାନଙ୍କର ଉପଭୋକ୍ତାମାନେ ଘନ ଘନ ବିଦ୍ୟୁତ କାଟ ଜନିତ ସମସ୍ୟା ରୁ ମୁକ୍ତି ପାଇବେ । କଛପ ଗତିରେ ଚାଲିଥିବା ଏରଣ୍ଡପାଳ ଗ୍ରୀଡ଼ କାର୍ଯ୍ୟକୁ ତୁରନ୍ତ ଶେଷ କରି ବିଦ୍ୟୁତ ଉପଭୋକ୍ତାମାନଙ୍କୁ ସୁଚାରୁରୂପେ ବିଦ୍ୟୁତ ଯୋଗାଇ ଦେବାକୁ ଅଂଚଳମାସୀଙ୍କ ପକ୍ଷରୁ ଇଂ ବାବାଜୀ ଚରଣ ଜେନା,ପାର୍ଥସଖା ପାଲଟାସିଂ, ଦିଲିପ କୁମାର ରଥ, ମାନସ କୁମାର ମହାପାତ୍ର (ସାଇ) , ବଟକୃଷ୍ଣ ନାୟକ,ଅନ୍ତର୍ଯ୍ୟମୀ ରାଉତ, ତାରାକାନ୍ତ ଜେନା,ଡ଼ ସୁରେନ୍ଦ୍ର ମହାପାତ୍ର, ରବିନ୍ଦ୍ରନାଥ ବିଶ୍ୱାଳ,କୃଷ୍ଣପ୍ରିୟା ବିଶ୍ୱାଳ,ସରୋଜ କୁମାର ସାହୁ,ଶର୍ମିଷ୍ଠା ସ୍ୱାଇଁ,ପ୍ରଭାତ କୁମାର ସ୍ୱାଇଁ,କବିତା ନାୟକ,ଶାନ୍ତିଲତା ଦ୍ୱିବେଦୀ , କ୍ଷୀରେୀାଦ କୁମାର ଦାସ, ସରୋଜ କୁମାର ଦାସ, ପ୍ରମୁଖ ଶକ୍ତି ବିଭାଗ ସଚିବ, ମନ୍ତ୍ରୀ, ତଥା ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର