Saturday , May 28 2022
Breaking News
Home / ତାଜା ଖବର / କଳିଙ୍ଗା ଘାଟିରେ ବାଇକ ଦୁର୍ଘଟଣା: ଜଣେ ମୃତ

କଳିଙ୍ଗା ଘାଟିରେ ବାଇକ ଦୁର୍ଘଟଣା: ଜଣେ ମୃତ

ବାଲିଗୁଡା, ୧୬/୦୨/୨୦୨୧ (ଓଡ଼ିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ କଳିଙ୍ଗା ଘାଟିରେ ମଙ୍ଗଳବାର ଅପରାହ୍ନରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳର ସୁବ୍ରତ କୁମାର ଦାସ । ସୂଚନା ଯେ, ସୁବ୍ରତ ଓ କୋଦଳା ଅଞ୍ଚଳର ସୁନୀଲ କୁମାର ଗୌଡ଼ ଦୁହେଁ ମିଶି ଏକ ବାଇକ ନଂ. ଓଡ଼ି -୦୭ଡ଼ବ୍ଲ୍ୟୁ-୧୯୦୦ ଯୋଗେ ଟିକାବାଲି ନିଜ ମାଉସୀ ଘରକୁ ଆସି ଫେରୁଥିବା ସମୟରେ କଳିଙ୍ଗା ଘାଟି ଅତିକ୍ରମ କରିବାର ଦୁଇ କି.ମି.ପରେ ଏକ ବୁଲାଣି ରାସ୍ତାରେ ବାଇକ୍ ଟି ସ୍ଲୀପ୍ ହୋଇ ଯିବାରୁ ବାଇକ ଚାଳକ ସୁବ୍ରତ ଭାରସାମ୍ୟ ହରାଇ ଛିଟିକି ଯାଇ ରାସ୍ତାର ଆଲୁମିନିୟମ ସୁରକ୍ଷା ବାଡରେ ବାଡେଇ ହେବାପରେ ତାଙ୍କ ବେକ ପାଖରେ କଟି ପ୍ରଚୁର ରକ୍ତ ସ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ପୋଲିସ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗାଡି ସହ ଶବକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ

ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …

Leave a Reply

Your email address will not be published. Required fields are marked *