Saturday , April 1 2023
Breaking News
Home / ରାଜନୀତି / କଂଗ୍ରେସ ପକ୍ଷରୁ ଜିଲ୍ଲାର ବ୍ଲକ ଓ ନଗର କଂଗ୍ରେସ ସଭାପତିଙ୍କ ନାମ ଘୋଷଣା

କଂଗ୍ରେସ ପକ୍ଷରୁ ଜିଲ୍ଲାର ବ୍ଲକ ଓ ନଗର କଂଗ୍ରେସ ସଭାପତିଙ୍କ ନାମ ଘୋଷଣା

କେନ୍ଦ୍ରାପଡା, ୧୬/୦୨/୨୦୨୧ (ଓଡ଼ିଶା ସମାଚାର)- ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁମୋଦନ କ୍ରମେ କେନ୍ଦ୍ରାପଡା ଜିଲ୍ଲାର ବ୍ଲକ ଓ ନଗର କଂଗ୍ରେସ କମିଟିର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ସେହି ଅନୁଯାଇ କେନ୍ଦ୍ରାପଡା ବ୍ଲକ କଂଗ୍ରେସ କମିଟିର ସଭାପତି ଭାବେ ଭାଗିରଥୀ ଜେନା, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ଅମୁଲ୍ୟ କୁମାର ପ୍ରଧାନ, ମହାକାଳପଡା ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ କବିନ୍ଦ୍ର ସାମଲ, ମାର୍ଶାଘାଇ ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ବିଜୟ କୁମାର ପଣ୍ଡା, ଆଳି ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ରବି ନାରାୟଣ ବେହେରା, ରାଜକନିକା ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ମଙ୍ଗୁଳି ଚରଣ ବେହେରା, ରାଜନଗର ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ଦେବେନ୍ଦ୍ର କୁମାର ଜେନା, ଡେରାବିଶି ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ଉମେଶ ଚନ୍ଦ୍ର ତ୍ରିପାଠୀ, ଗରଦପୁର ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ଜ୍ୟୋତିରଞ୍ଜନ ପରିଡା, କେନ୍ଦ୍ରାପଡା ନଗର କଂଗ୍ରେସ କମିଟି ସଭାପତି ଭାବେ ରାଜେଶ କୁମାର ମହାନ୍ତି ଓ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ କମିଟି ସଭାପତି ଭାବେ ମଳୟ କୁମାର ଦାସଙ୍କୁ ମନୋନ୍ୱିତ କରାଯାଇଥିବା ଓଡିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟାଳୟ ସମ୍ପାଦକ ବୈଦ୍ୟନାତ ସ୍ୱାଇଁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.