Tuesday , March 28 2023
Breaking News
Home / ବିଶେଷ / ଓଡ଼ିଶା ରାଜ୍ୟ ବିଦୁ୍ୟତ ଶ୍ରମିକ କର୍ମଚାରୀ ସଂଘର ଡ଼ିଭିଜନ ସମ୍ପାଦକ ନିର୍ବାଚନ ଅନୁଷ୍ଠିତ

ଓଡ଼ିଶା ରାଜ୍ୟ ବିଦୁ୍ୟତ ଶ୍ରମିକ କର୍ମଚାରୀ ସଂଘର ଡ଼ିଭିଜନ ସମ୍ପାଦକ ନିର୍ବାଚନ ଅନୁଷ୍ଠିତ

ଭୁବନେଶ୍ୱର, ୧୬/୦୨/୨୦୨୧ (ଓଡ଼ିଶା ସମାଚାର)- ଗତ ୧୧ତାରିଖ ଦିନ ଓଡ଼ିଶା ରାଜ୍ୟ ବିଦୁ୍ୟତ ଶ୍ରମିକ କର୍ମଚାରୀ ସଂଘ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପୂର୍ବ ନିର୍ଦ୍ଧାରିତ ଚିଠି ସଂଖ୍ୟା ୩୮୦, ତା ୨୫.୦୧.୨୦୨୧ରିଖ ଅନୁସାରେ ବି.ସି.ଡ଼ି.ଡ଼ି.-୧ ଡ଼ିଭିଜନର ସମ୍ପାଦକ ନିର୍ବାଚନ ସଂଘର ଉପସଭାପତି ଶ୍ରୀଯୁକ୍ତ ନରେଶ ତି୍ରପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସର୍ବସମ୍ମତିକ୍ରମେ ଶ୍ରୀଯୁକ୍ତ କୃଷ୍ଣମୋହନ ମହାନ୍ତିଙ୍କୁ ୨୦୨୧ ବର୍ଷ ପାଇଁ ଡ଼ିଭିଜନ ସମ୍ପାଦକ ରୂପେ ନିର୍ବାଚିତ କରାଯାଇଥିଲା । ଏହି ନିର୍ବାଚନରେ ସହିଦ ନଗର ସେକ୍ସନର ଅର୍ଗାନାଇଜର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବଗର୍ତି ପ୍ରସ୍ତାବକ ଥିବାବେଳେ ନିମ୍ନଲିଖିତ ବିଭାଗର ଅର୍ଗାନାଇଜରମାନେ ସମର୍ଥନ କରିଥିଲେ ଏବଂ ଆସିଷ୍ଟାଂଟ ଡ଼ିଭିଜନ ସେକ୍ରେଟାରୀ ଶ୍ରୀଯୁକ୍ତ ପ୍ରଭାତ ନାୟକ ନିର୍ବାଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ୟୁନିଟ୍-୪ ସେକ୍ସନ ଅର୍ଗାନାଇଜର ପ୍ରଦୀପ କୁମାର ସାହୁ, ୟୁନିଟ୍-୨ ସେକ୍ସନ ଅର୍ଗାନାଇଜର ଲକ୍ଷ୍ମିକାନ୍ତ ରାୟ, ୟୁନିଟ୍-୬ ସେକ୍ସନ ଅର୍ଗାନାଇଜର ପ୍ରଭାତ ରଞ୍ଜନ ପ୍ରଧାନ, ବି୍ରଟ୍ ସେକ୍ସନ ଅର୍ଗାନାଇଜର ଗତିକୃଷ୍ଣ ଖଟୁଆ, ଡ଼େଲଟା ସେକ୍ସନ ଅର୍ଗାନାଇଜର ଶଙ୍କର୍ଷଣ ପ୍ରଧାନ. ପିଏଚ୍-୨ ସେକ୍ସନ ଅର୍ଗାନାଇଜର ମୀନକେତନ ଦାଶ ଏବଂ ୟୁନିଟ୍-୯ ଫ୍ଲାଟ ସେକ୍ସନ ଅର୍ଗାନାଇଜର ଦୁଷ୍ମନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କୃଷ୍ଣମୋହନ ମହାନ୍ତିଙ୍କୁ ସମର୍ଥନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.