କେନ୍ଦ୍ରାପଡା, ୧୬/୦୨/୨୦୨୧ (ଓଡ଼ିଶା ସମାଚାର)- ଅସୁସ୍ଥ ସୀତାରାମଙ୍କୁ ସହାୟତାର ବଢାଇଛି ଓଡିଶା ମୋ ପରିବାର । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ ପଂଚାୟତର ଶାସନ ଗ୍ରାମର ଫକିର ମଳିକଙ୍କ ପୁତ୍ର ସୀତାରାମ ମଳିକ(୩୮) ଦୀର୍ଘଦିନ ଧରି ଆଣ୍ଠୁଗଣ୍ଠି ବାତ ଜନିତ ରୋଗରେ ପିଡିତ ହୋଇ ଘରେ ଶଯ୍ୟାଶାୟି ଥିଲେ । ବିଭିନ୍ନ ଗଣମାଧ୍ୟମରେ ଏସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଓଡିଶା ମୋ ପରିବାର କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ସଂଯୋଜକ କାଳି ପ୍ରସାଦ ମିଶ୍ର ଓ ସହ ସଂଯୋଜକ ହିରଣ୍ୟ କୁମାର ପଣ୍ଡା ଗତ ୮ତାରିଖରେ ତାଙ୍କ ଘରକୁ ଯାଇ ସାକ୍ଷାତ କରି କଥାବାର୍ତା ହେବା ସହ ଓଡିଶା ମୋ ପରିବାର ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଉପଜିଲ୍ଲାପାଳ ଶ୍ରୀ ମଳିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆଜି ଓଡିଶା ମୋ ପରିବାର କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଶ୍ରୀ ମଳିକଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଓଡିଶା ମୋ ପରିବାର ପକ୍ଷରୁ ଶ୍ରୀ ମିଶ୍ର ଓ ଶ୍ରୀ ପଣ୍ଡା ତାଙ୍କୁ ନେଇ କଟକ ବଡ ଡାକ୍ତରଖାନାକୁ ଏକ ଆମ୍ବୁଲାନ୍ସ ଯୋଗେ ଯାଇଥିବା ସୂଚନା ମିଳିଛି । ସେଠାରେ ତାଙ୍କର ସମସ୍ତ ଚିକିତ୍୍ସା ଖର୍ଚ୍ଚ ଓଡିଶା ମୋ ପରିବାର ପକ୍ଷରୁ ବହନ କରାଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟରେ ଧୁମାତ ସରପଂଚ ନରହରି ପାଣି, ଯୁବନେତା ଦୁଷ୍ମନ୍ତ ମଲ୍ଲିକ,ପାର୍ଥସାରଥୀ ସ୍ୱାଇଁ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ବିଜୟ କୁମାର ମଣ୍ଡଳ, ମାନସ ରଞ୍ଜନ ଦାସ, ଶୁଭାଶିଷ ମହାପାତ୍ର, ପଦୁ୍ୟମ୍ନ କର, ସୁରେନ୍ଦ୍ର ବେହେରା, ଗିରିଶ ମହାପାତ୍ର ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର