ପାରାଦୀପ ୧୫/୦୨/୨୦୨୧ (ଓଡ଼ିଶା ସମାଚାର)- ଦେଶରେ ପ୍ରତିବର୍ଷ ଫେବୃଆରୀ ୧୪ତାରିଖରେ ସହୀଦ୍ ଦିବସ ଓ ପ୍ରେମ ଦିବସ ବା ଭାଲେନଟାଇନ୍ ଡେ ପାଳିତ ହୋଇଥାଏ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ଗୋଟିଏ ଦିନରେ ଏହି ଦୁଇଟି ଦିବସକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳି ଥାଆନ୍ତି । ତେବେ ବନ୍ଦର ସହର ପାରାଦୀପରେ ଏକ ଜାତୀୟ ଏନଜିଓ ସଂଗଠନ “ଜନ ସମସ୍ୟା ନିବାରଣ ସଂସ୍ଥାନ” ସ୍ଥାନୀୟ ଅଂଚଳର ନିଃସହାୟକ ବ୍ୟକ୍ତି ମାନଙ୍କୁ ରନ୍ଧା ଖାଦ୍ୟ ବଂଟନ କରି ଦୃଷ୍ଟାନ୍ତମୂଳକ ଭାବେ ଏହି ଦିବସକୁ ପାଳନ କରିଛନ୍ତି । ତେବେ ମୁଖ୍ୟତଃ ଭାବେ ୨୦୧୯ ମସିହା ଫେବୃଆରୀ ୧୪ତାରିଖରେ ପୁଲ୍ବାମା ଠାରେ ସହୀଦ ହୋଇଥିବା ଭାରତୀୟ ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ସମ୍ମାନ ଦେବା ଉଦ୍ଧେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସଂଗଠନ ପକ୍ଷରୁ ପ୍ରକାଶ । ଏହି କାର୍ଯ୍ୟକ୍ରମକୁ ସଂଗଠନର ଜଗତସିଂହପୁର ଜିଲ୍ଲା ସଭାପତି ରମାକାନ୍ତ ଜେନା, ସାଧାରଣ ସଂପାଦକ ପ୍ରଦୀପ ଚୁଳୀ ଓ ହିମାଂଶୁ ପରିଡାଙ୍କ ତତ୍ୱାବଧାନରେ ପାରାଦୀପ ଯୁବ ଶାଖାର ସଭାପତି ରିଚାର୍ଡ ରମେଶ ବିଶ୍ୱାଳ ଏବଂ ସଂପାଦକ ଚିନ୍ମୟ କୁମାର ସାମଲ ପରିଚାଳନା କରିଥିଲେ । ସହୀଦ୍ ଙ୍କ ସ୍ମୃତିରେ ପ୍ରତ୍ୟେକ ରବିବାର ଦିନ ସ୍ଥାନୀୟ ଅଂଚଳର ଗରୀବ ନିଃସହାୟ ବ୍ୟକ୍ତି ମାନଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର
Check Also
ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଙ୍କ ସ୍ୱତନ୍ତ୍ର ଉପକରଣ ନିମନ୍ତେ ଶିବିର
ଗରଦପୁର, ୨୭/୦୫/୨୦୨୨( ଓଡ଼ିଶା ସମାଚାର )- ADIP ଓ RVY ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ଚିହ୍ନଟ ଶିବିର ଗରଦପୁର ବ୍ଲକ୍ …