Thursday , March 23 2023
Home / ବିଶେଷ / ସବୁଜ ସକାଳ ଉନ୍ମୋଚିତ

ସବୁଜ ସକାଳ ଉନ୍ମୋଚିତ

ଭୁବନେଶ୍ୱର, ୧୫/୦୨/୨୦୨୧ (ଓଡ଼ିଶା ସମାଚାର)- ଫରେଷ୍ଟ ପାର୍କ କୋର୍ନିଂ ୱାକର୍ସ ସଂଘର ବାର୍ଷିକ ପତ୍ରୀକା ‘ସବୁଜ ସକାଳ’ ଫରେଷ୍ଟ ପାର୍କ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସକାଳୁ ଚାଲ ସୁସ୍ଥ ରହିବା ପାଇଁ ଅତିଥୀମାନେ ଆହ୍ୱାନ ଦେଇଥିଲେ । ସଂଘର ସଭାପତି ଦୁର୍ଗା ଚରଣ ଦାଶଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଟ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ, ପ୍ରଫେସର ବିରେନ୍ଦ୍ର କୁମାର ତ୍ରିପାଠୀ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅଲେଖ ଚନ୍ଦ୍ର ନାୟକ, ପ୍ରଶାନ୍ତ କୁମାର ପରିଡ଼ା, ଉମେଶ ଖଣ୍ଡେଲୱାଲ, କୁଳମଣି ନାୟକ, ଲୀଳାବତୀ ସାହୁ, ରଞ୍ଜିତ କୁମାର ମହାନ୍ତି, ଲିଙ୍ଗରାଜ ସାହୁ, ଦେବବ୍ରତ ପାତ୍ର ସମେତ ରାଜଧାନୀର ବହ ପ୍ରତିଷ୍ଠିତ ବ୍ୟକ୍ତି ଓ ଶତାଧିକ ସଭ୍ୟ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.