ନିରାକାରପୁର, ୧୫/୦୨/୨୦୨୧ (ଓଡ଼ିଶା ସମାଚାର)- ଜୟଦୁର୍ଗା କ୍ରିକେଟ କ୍ଲବ ଅରିଶଲ ଆନୁକୂଲ୍ୟରେ ଏକ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ ମହାବୀର କ୍ରିକେଟ କ୍ଲବ ଗଉଡିଆପଡା ବନାମ ଏମ.ଏନ.ସିସି ବୋଡଙ୍ଗରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟଚଜିତି ବୋଡଙ୍ଗରା ଦଳ ସମସ୍ତ ଉଇକେଟ ବିନିମୟରେ ୮୫ରନ ସଂଗ୍ରହ କରିଥିବା ବେଳେ ଜବାବରେ ମାହାବୀର କ୍ରିକେଟ କ୍ଲବ ଗଉଡିଆପଡା ୯ଓଭର ୩ଟି ବଲରେ ୮୭ରନ ସଂଗ୍ରହ କରି ଚଳିତ ବର୍ଷ ଚମ୍ପିଆନ ହୋଇଥିଲା । ମୁଖ୍ୟ ଅତିଥି ଭାବେ କମାଗୁରୁ ସଂରପଂଚ ମନରଞ୍ଜନ ଚମ୍ପତି,ସମିତି ସଭ୍ୟ ତାରାପ୍ରସାଦ ରଣବୀର,ବିଜୁଜନତା ପଂଚାୟତ ସଭାପତି ଅଶୋକ ପଟ୍ଟନାୟକ, ୱାର୍ଡସଭ୍ୟ ସନ୍ତୋଷ ଦାମ୍ବଳ, ବବ୍ରୁବାହାନ ସାହୁ, କୃଷ୍ଣଚନ୍ଦ୍ର ମହାପାତ୍ର, ଶିବେନ୍ଦ୍ର ସେଠୀ,ଗୁମାନ ସେନାପତି,ବିରଂଚି କୁମାର ପ୍ରାଧାନ, ପର୍ଶୁରାମ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୟୀ ଓ ରନର୍ସ ଦଳକୁ ଟ୍ରଫି ଶହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ଶି୍ରନିବାସ ଛୁଆଳସିଂହ,ସତ୍ୟନାରାୟଣ ଦାଶ୍ ଖେଳ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର