Thursday , March 23 2023
Home / ବିଶେଷ / ମଳିପଡ଼ା ମା ମଙ୍ଗଳା ଦେବୀଙ୍କ ପୀଠରେ ପ୍ରଥମ ବର୍ଷ ବିଶ୍ୱଶାନ୍ତି ମହାଯଜ୍ଞ

ମଳିପଡ଼ା ମା ମଙ୍ଗଳା ଦେବୀଙ୍କ ପୀଠରେ ପ୍ରଥମ ବର୍ଷ ବିଶ୍ୱଶାନ୍ତି ମହାଯଜ୍ଞ

ନିରାକାରପୁର,୧୫/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥିତ ମା ମଙ୍ଗଳା ଠାକୁରାଣୀଙ୍କ ପୀଠରେ ପ୍ରଥମ ବର୍ଷ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ୧୧ ତାରଖରୁ ଆରମ୍ଭ ହୋଇ ୧୪ ତାରିଖରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇ ଯଜ୍ଞ ସମାପନ କରାଯାଇଥିଲା । ଦୈନନ୍ଦିନ ହୋମ, ଯଜ୍ଞ, ସୂର୍ଯ୍ୟପୂଜା, ନାମ ସଂକୀର୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମର ସମାଜସେବୀ କାଳୁ ଚରଣ ଖଣ୍ଡୟତରାୟ, ପ୍ରମୋଦ ପ୍ରତାପ ସିଂହ, କାଳୁ ନିସଙ୍କ, ବାବୁଲି ପାହାଡ଼ାସିଂହ, ବିକ୍ରମ ଜେନା ଓ ଶୁଭ୍ରାଂଶୁ ବଳିୟାରସିଂହଙ୍କ ସମେତ ଗ୍ରାମବାସୀଙ୍କ  ସାହାଯ୍ୟ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରରୂପେ ପରିଚାଳିତ ହୋଇଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.