Monday , March 27 2023
Breaking News
Home / ବିଶେଷ / ମଦ ଦୋକାନ ନିଲାମ ଓ ନବୀକରଣ ପ୍ରତି ସଜାଗ ରୁହ

ମଦ ଦୋକାନ ନିଲାମ ଓ ନବୀକରଣ ପ୍ରତି ସଜାଗ ରୁହ

ନିଶା ବିରୋଧୀ ଆନ୍ଦୋଳନର ଜିଲ୍ଲା ବୈଠକରେ ଆହ୍ୱାନ

କେନ୍ଦ୍ରାପଡା, ୧୫/୦୨/୨୦୨୧ (ଓଡ଼ିଶା ସମାଚାର)-କୋଭିଡ କାରଣରୁ ଶୀଥିଳ ପଡିଯାଇଥିବା ମଦ ବିରୋଧୀ ଆନ୍ଦୋଳନକୁ ପୁନଃ ଗତିଶୀଳ କରିବା ପାଇଁ ମିଳିତ ଓଡିଶା ନିଶା ନିବାରଣ ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ ଜିଲ୍ଲା ବିକାଶ ସାମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଲା ସଭାପତି ପାର୍ବତୀ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇ ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ ରାଜସ୍ୱ ଆଳରେ ରାଜ୍ୟ ସରକାରଙ୍କର ନିଶା ପ୍ରସାର ନୀତିକୁ ଦୃଢ ସମାଲୋଚନା କରିଥିଲେ । ରାଜ୍ୟର ମାନବସମ୍ବଳକୁ ବିଚାର -ବିବେକହୀନ ଏକ ଗୋଡାଣିଆ ଭୋଟ ବ୍ୟାଙ୍କରେ ପରିଣତ କରିବା ପାଇଁ ସରକାରଙ୍କ ଏହି ଅଭିସନ୍ଧି ମୂଳକ ନିଶା ପ୍ରସାର ନୀତି ବିରୁଦ୍ଧରେ ବ୍ୟାପକ ଜନଚେତନା ସୃଷ୍ଟି କରିବାକୁ ଯୋଜନା ନେବାକୁ ଶ୍ରୀ ମଣ୍ଡଳ ଜିଲ୍ଲା କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳ ଆଗାମୀ କାର୍ଯ୍ୟକ୍ରମ ଉପସ୍ଥାପନ କରି ଏକମାସ ମଧ୍ୟରେ ବ୍ଲକ ସ୍ତରୀୟ ଗଣ କନଭେନସନମାନ ଆୟୋଜନ କରି ସମାଜର ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରିବା ସହ ସ୍ଥାନୀୟ ଲୋକଙ୍କ ବିରୋଧ ଥିବା ସ୍ଥାନ ଗୁଡିକରେ ମଦ ଦୋକାନ ଗୁଡିକର ନୀଲାମ ଓ ନବୀକରଣ ଯେପରି ନହୋଇପାରିବ ସେଥିପ୍ରତି ପଦକ୍ଷେପ ନେବା ଏବଂ ବିଭିନ୍ନ ଅଂଚଳରେ ନିଶାଦ୍ରବ୍ୟର ଚୋରା କାରବାର କରୁଥିବା ମଦ ବେପାରୀମାନଙ୍କର ତାଲିକା ପ୍ରସ୍ତୁତ କରାଯିବ ବୋଲି କହିଥିଲେ । ଏହିସବୁ ଯୋଜନାକୁ ସଫଳ କରିବା ପାଇଁ ନିରୂପମା ମହାନ୍ତି, ସୁଜାତା ସାମନ୍ତରାୟ, ଭାଗିରଥୀ ଜେନା, ରମଣୀରଞ୍ଜନ ରାଉତରାୟ, ଦମୟନ୍ତୀ ସାହୁ, ମମତାମୟୀ ସାମଲ, ଅଭିମନୁ୍ୟ ରାଉତ, ବିଦ୍ୟାଧର ପଣ୍ଡା, ବାସନ୍ତୀ ସାହୁ, ଶୈଳବାଳା ସାମଲ ପ୍ରମୁଖ ମତାମତ ଦେଇଥିଲେ । ଶେଷରେ ସୁରେଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଗତବର୍ଷ ଏହିଦିନର ପୁଲୱାମା ସହିଦ ଓ କୃଷକ ଆନ୍ଦୋଳନର ସହିଦମାନଙ୍କ ଉଦେଶ୍ୟରେ ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.