ରଘୁନାଥପୁର, ୧୫/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମର ବ୍ରହ୍ମାନନ୍ଦ ନାୟକଙ୍କର ଝିଅ ର ଗତକାଲି ରାତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାତି ୧୧ଟା ପରେ ବରଯାତ୍ରୀମାନେ ଖାଇ ପି ଯିବା ପରେ ପୁରୋହିତ ବରକନ୍ୟାଙ୍କର ହାତଗଣ୍ଠି ପକାଇଥିଲେ । ଏହି ସମୟରେ କଳିଙ୍ଗା ଗ୍ରାମର ଗନ୍ଧର୍ବ ରାଉତଙ୍କ ପୁଅ ପ୍ରଭାତ ରାଉତ (୪୦) ବର କନ୍ୟାଙ୍କୁ ଭଲ ଭାବରେ ଆଶୀର୍ବାଦ କର ନଚେତ ଛାଡିବି ନାହିଁ କହି ଘର ଭିତରେ ପଶି କନ୍ୟାଙ୍କ ମା ଗାୟତ୍ରୀ ନାୟକଙ୍କୁ ଦୁର୍ବ୍ୟବହାର କରି ଗାଳି ଗୁଲଜ କରିଥିଲେ । ତାଙ୍କ ସ୍ୱାମୀ ବ୍ରହ୍ମାନନ୍ଦ ନାୟକ ଏହାକୁ ବିରୋଧ କରିବାରୁ ପ୍ରଭାତ ଏକ ସକ୍ଅପଜର ଲୁହା ପାଇପରେ ସୁନାକର ନାୟକ, ଦିପକ ନାୟକ, ବିଷ୍ଣୁ ପ୍ରିୟା ନାୟକ, ଦିବାକର ନାୟକ ଓ ବ୍ରହ୍ମାନନ୍ଦ ନାୟକଙ୍କୁ ପିଟି ଆହତ କରିଥିଲେ । ଉପରୋକ୍ତ ଆହତ ହୋଇଥିବା ବ୍ୟକ୍ତି ମାନେ ଜଗତସିଂହପୁର ମେଡିକାଲ ଯାଇ ଚିକିତ୍ସିତ ହେଉଛନ୍ତି । ଏ ସଂପର୍କରେ ଏକ ଅଭିଯୋଗ ପାଇ ରଘୁନାଥପୁର ଥାନା ଆଇ.ଆଇ.ସି ଦେବେନ୍ଦ୍ର ମହାପାତ୍ର, ଥାନାର ପୋଲିସ୍ ଏସ୍.ଆଇ.ହିତାୟତ ଅହମ୍ମଦ ଘଟଣା ସ୍ଥଳକୁ ପଠାଇଥିଲେ । ସେଠାରୁ ଆସାମୀ ପ୍ରଭାତକୁ ପୋଲିସ ଗିରଫ କରି ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ଅନ୍ୟ ପକ୍ଷରେ ପ୍ରଭାତର ମା ସଂଧ୍ୟା ରାଣୀ ରାଉତ ତାଙ୍କ ପୁଅ ଚିକେନ୍ ଖାଇବାକୁ ମାଗିବାରୁ ବ୍ରହ୍ମାନନ୍ଦ ଓ ତାଙ୍କ ପରିବାର ତା ଉପରେ ଆକ୍ରମଣ କରିଛନ୍ତି ହୋଲି ପାଲଟା ଆଭିଯୋଗ କରିଛନ୍ତି । ପୋଲିସ ଉକ୍ତ ଅଭିଯୋଗ ଉପରେ ଆଉ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି । ଓଡ଼ିଶା ସମାଚାର