ଭୁବନ ୧୫/୦୨/୨୦୨୧ (ଓଡ଼ିଶା ସମାଚାର)-ଭୁବନ ଏନଏସି ଉପକଣ୍ଠସ୍ଥ ବାଉଁଶକଣ ଗ୍ରାମ ମା ମଙ୍ଗଳା ଙ୍କ ପୀଠରେ ଆସନ୍ତା ୧୯ ତାରିଖ ଶୁକ୍ରବାର ଠାରୁ ତିନିଦିନ ଧରି ବିଶ୍ୱଶାନ୍ତି ନାମ ଓ ଜ୍ଞାନଯଜ୍ଞ ଅନୁଷ୍ଠିତ ହେବ । ୧୮ ତାରିଖ ଗୁରୁବାର ଅଙ୍କୁରାରୋପଣ,ମଣ୍ଡଳୀକରଣ ଓ ଶୁଭାଧିବାସ ପରେ ଶୁକ୍ରବାର କଳସ ଶୋଭାଯାତ୍ରା,ଅଖଣ୍ଡଦୀପ ପ୍ରଜ୍ଜ୍ୱଳନ,ଅଗ୍ନି ସ୍ଥାପନ,ଶାଳା ପୂଜା ଏବଂ ସଂଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଏବଂ ୨୦ ତାରିଖ ଶନିବାର ସୂର୍ଯ୍ୟପୂଜା,ଗୋପୂଜା,ଶୋଡଶ ଉପଚାର ପୂଜା,ସଂଧ୍ୟାରେ ପ୍ରବଚନ ଅନୁଷ୍ଠିତ ହେବ । ୨୧ ତାରିଖ ରବିବାର ପୂର୍ଣ୍ଣାହୂତୀ,ଚରୁ ବଣ୍ଟନ ,ସାନ୍ଧ୍ୟ ପ୍ରବଚନ ସହିତ ପ୍ରସାଦସେବନ କାର୍ଯ୍ୟକ୍ରମ ରହଛି । ଆଚାର୍ଯ୍ୟ ଗୋପାଳ କୃଷ୍ଣ ଦାଶ,ସନ୍ତୋଷ କୁମାର କର,କଥାବ୍ୟାସ ପଣ୍ଡିତ ଶ୍ରୀରାମ ନିରଂଜନ ଦାସ ତିନିଦିନ ଧରି ସୁନ୍ଦରକାଣ୍ଡ ସଂପର୍କରେ ପ୍ରବଚନ ଦେବେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେବା ନିମନ୍ତେ ପିତାମ୍ବର ଦାସଜୀ ମହାରାଜ ଙ୍କ ସମେତ ଆୟୋଜକ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର