Tuesday , March 21 2023
Breaking News
Home / ରାଜନୀତି / ପାରାଦୀପରେ ଓଡିଶା ବନ୍ଦ :  ଦେଖା ଗଲେନି କଂଗ୍ରେସ ନେତା ଓ କର୍ମୀ

ପାରାଦୀପରେ ଓଡିଶା ବନ୍ଦ :  ଦେଖା ଗଲେନି କଂଗ୍ରେସ ନେତା ଓ କର୍ମୀ

ପାରାଦୀପ ୧୫/୦୨/୨୦୨୧ (ଓଡ଼ିଶା ସମାଚାର)- କଂଗ୍ରେସ ଦଳର ବନ୍ଦ ଡାକରା ପାରାଦୀପରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ତୈଳ ଦର ବୃଦ୍ଧି ନେଇ କଂଗ୍ରେସ ଦଳ ଏହି ବନ୍ଦ ଡାକରା ଦେଇଥିଲା । ପାରାଦୀପର ଅଠରବାଙ୍କୀ, ନୂଆବଜାର, ବଡପଡିଆ, ମଧୁବନ ସବୁଠି ଦୋକାନ ବଜାର ଆଂଶିକ ବନ୍ଦ ରହିଥିଲା । ପାରାଦୀପର ପଣ୍ୟ କାରବାର ସଠିକ୍ ଢଙ୍ଗରେ ଚାଲିଥିବା ବେଳେ ବନ୍ଦର ପ୍ରଶାସନିକ ଭବନ, ମୁ୍ୟନିସିପାଲିଟି ଅଫିସରେ କାର୍ଯ୍ୟ ଚାଲିଥିଲା । ପାରାଦୀପ ବନ୍ଦରକୁ ପଣ୍ୟ ନେଇ ଆସୁଥିବା ଟ୍ରକ୍ ଗୁଡିକ ଅନାୟସରେ ଆସି ପଣ୍ୟ ଖଲାସ କରି ଫେରୁଥିବା ଦେଖିବାକୁ ମିଳିଥିଲା । ବନ୍ଦ କରିବାକୁ ଜଣେ ହେଲେ ବି କଂଗ୍ରେସ ନେତା କି କର୍ମୀଙ୍କୁ ରାସ୍ତା ଉପରେ ଦେଖିବାକୁ ମିଳିନଥିଲା । ପେଟ୍ରୋଲ ପମ୍ପ ଓ ବଡପଡିଆ ମାର୍କେଟ ସକାଳୁ ବନ୍ଦ ଥିବାବେଳେ ଦିନ ୧୦ଟା ବେଳକୁ ସବୁଦିନ ପରି ଖୋଲି ଯାଇଥିଲା । ବନ୍ଦ ସମ୍ପର୍କରେ ପାରାଦୀପ କଂଗ୍ରେସ ପକ୍ଷରୁ କୌଣସି ସୂଚନା ବି ସହରବାସୀଙ୍କୁ ଦେବାକୁ ବୋଧେ ଉଚିତ୍ ମଣି ନଥିଲେ କଂଗ୍ରେସ ଦଳ । ପାରାଦୀପରେ ବନ୍ଦ ପାଳନ ହେବକି ନାହିଁ ସେ ନେଇ ସହରବାସୀଙ୍କ ମଧ୍ୟରେ ଉସôୁକତା ଦେଖା ଦେଇଥିଲା । ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରଖିଥିଲେ । ପାରାଦୀପ ସମେତ ନିକଟସ୍ଥ ସମସ୍ତ ଶିଳ୍ପାନୁଷ୍ଠାନ ଗୁଡିକରେ କାର୍ଯ୍ୟ ସ୍ୱଭାବିକ ରହିଥିଲା । ରେଳ ଚଳାଚଳ ବି ସ୍ୱାଭାବିକ ରହିଥିଲା । ପିଆଇସିଟି ବର୍ଥରୁ ରେଳ ଯାତାୟତ କରିଥିଲେ ବି ବନ୍ଦକାରୀଙ୍କ ଦେଖା ନଥିଲା । ପାରାଦୀପ ବନ୍ଦ କରିବାକୁ ବୋଧେ ପାରାଦୀପ କଂଗ୍ରେସର ଇଛା ନଥିବା ସ୍ପଷ୍ଟ ବାରି ହୋଇଯାଇଛି । ଯାହାକି ଆଗାମୀ ଦିନରେ ଦଳ ପାଇଁ ବୁମେରାଂ ହୋଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.