Monday , March 27 2023
Breaking News
Home / ଶିକ୍ଷା / ନୂଆଗଡ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତି ପ୍ରତିବାଦରେ ଗ୍ରାମବାସୀଙ୍କ ବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ: ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଘେରାଉ ପାଇଁ ନିଷ୍ପତି 

ନୂଆଗଡ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତି ପ୍ରତିବାଦରେ ଗ୍ରାମବାସୀଙ୍କ ବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ: ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଘେରାଉ ପାଇଁ ନିଷ୍ପତି 

ରଘୁନାଥପୁର, ୧୫/୦୨/୨୦୨୧ (ଓଡ଼ିଶା ସମାଚାର)- ନୂଆଗଡ ସରକାରୀ ପ୍ରଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତି ପ୍ରତିବାଦରେ ଅଭିଭାବକ ଓ ଗ୍ରାମବାସୀଙ୍କ ବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ  । ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ପଂଚାୟତର ନୂଆଗଡ ପ୍ରାଥମିକ ବିଦ୍ୟାଳୟ ଟିକୁ ବ୍ଲକ ଶିକ୍ଷାଧିକାରୀ ବନ୍ଦ କରିଦେବାକୁ ନିଷ୍ପତି ନେଇଛନ୍ତି ବୋଲି ଜାଣିବା ପରେ ଗ୍ରାମବାସୀମାନେ ଆଜି ବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ । ପ୍ରକାଶ ଥାଉକି, ବର୍ତମାନ ଏହି ବିଦ୍ୟାଳୟରେ ୨୩ଜଣ ଛାତ୍ରଛାତ୍ରୀ ପାଠପଢୁ ଅଛନ୍ତି । ସେମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦରେ ଚାଉଳ ଓ ଟଙ୍କା ଯୋଗାଇ ଦିଆଯାଉଅଛି । ମାତ୍ର ମଣ୍ଡଳ ଶିକ୍ଷାଧିକାରୀ ଏହି ବିଦ୍ୟାଳୟଟିକୁ ବନ୍ଦ କରି ବାରତିରା ସରକାରୀ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ପାଇଁ ନିଷ୍ପତି ନେଇଛନ୍ତି । ପ୍ରକାଶ ଥାଉକି, ଏହି ବିଦ୍ୟାଳୟ ନିକଟରୁ ବାରତିରା  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳଟି ଦୂର ଅଟେ । ଏହି ନୂଆଗଡ ପ୍ରାଥମିକ ବିଦ୍ୟାଳୟଟି ବହୁ ପୁରାତନ  ବିଦ୍ୟାଳ୍ୟ ଅଟେ । ଏହା ଉପରେ ୮୦ ଗୋଟି ପଛୁଆବର୍ଗ ପରିବାର ଓ ୪୦ଟି ସାଧାରଣ ପରିବାରର ପିଲାମାନେ ପାଠ ପଢିବା ପାଇଁ ନିର୍ଭର କରନ୍ତି ।  ବିଗତ ୬ ବର୍ଷ ଧରି ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାପନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ବିଦ୍ୟାଳୟଟିକୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବାକୁ ଜଗତସିଂହପୁର ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ ଡି.ପି.ସିଙ୍କୁ ଗ୍ରାମବାସୀ ମାନେ ଲିଖିତ ଭାବେ ଦାବି ପତ୍ର ଦେଇଅଛନ୍ତି । ବ୍ଲକ ଶିକ୍ଷାଧିକାରୀ ଏହି ବିଦ୍ୟାଳୟକୁ ପୂର୍ବପରି ଏହି ଠାରେ ରହିବା ପାଇଁ ଆଦେଶ ନକଲେ ଆସନ୍ତା ୧୮ ତାରିଖ ଗୁରୁବାର ଦିନ ସମସ୍ତ ଗ୍ରାମବାସୀ ଓ ଅଭିଭାବକମାନେ ରଘୁନାଥପୁର ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟକୁ ଘେରାଉ କରି ଧାରଣା ଦେବେ ବୋଲି ଜଣାଇଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.