ଗରଦପୁର, ୧୫/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସାନଅଢ଼ଙ୍ଗା ପଂଚାୟତ ଅଧିନସ୍ଥ ନଗରୀପଡ଼ା ଗ୍ରାମର ମୂରଲୀଧର ବରାଳ ଙ୍କ ଧର୍ମ ପତ୍ନୀ ବିଦ୍ୟୁତ ପ୍ରଭା ବରାଳଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ୬୫ ବର୍ଷ ହୋଇଥିଲା । ତାଙ୍କର ୩ ପୁଅ , ୨ ଝିଅ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବିଜେପି ର ବରିଷ୍ଠ ନେତା ବିଜୟ ମହାପାତ୍ର, ଜିଲା ପରିଷଦ ସଦସ୍ୟ ସନ୍ତୋଷ ଜେନା, ସରପଂଚ ସ୍ୱର୍ଣ୍ଣପ୍ରଭା ନାୟକ , ସମିତି ସଭ୍ୟ ନୃସିଂହ ପ୍ରସାଦ ଦାସ, ଅମିୟ ପରିଜା,ପ୍ରଶାନ୍ତ ସିଂହ, ଭାଗବତ ସ୍ୱାଇଁ, କ୍ଷିତିସ ଦାସ, ରଂଜନ ସେଠୀ, ପ୍ରମୋଦ ନାୟକ, କୁଳମଣି ସ୍ୱାଇଁ ପ୍ରମୁଖ ପହଂଚି ଶୋକ ବ୍ୟକ୍ତ କରିଛନ୍ତି । ବିଦ୍ୟୁତ ପ୍ରଭା ଜଣେ ଧର୍ମ ପରାୟଣା ମହିଳା ଭାବରେ ସୁପରିଚିତ ଥିଲେ । ଓଡ଼ିଶା ସମାଚାର