ରଘୁନାଥପୁର, ୧୫/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ର ସରକାର ଡିଜେଲ, ପେଟ୍ରୋଲ ଓ ଜାଳେଣୀ ଗ୍ୟାସର ମାତ୍ରାଧିକ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଥିବା ଓଡିଶା ବନ୍ଦକୁ ତିର୍ତୋଲ କଂଗ୍ରେସ ନେତା ଇଂ ହିମାଶୁଂ ଭୁଷଣ ମଲ୍ଲିକ ନେତୃତ୍ୱରେ କଟକ-ପାରାଦ୍ୱୀପ ରାସ୍ତାର ଜଇପୁର ଛକ ଓ ରଘୁନାଥପୁର ଗୋପବନ୍ଧୁ ଛକ ଠାରେ ଆନ୍ଦୋଳ କରାଯାଇଥିଲା । ଫଳରେ କଟକ-ପାରାଦ୍ୱୀପ ରାସ୍ତରେ ସମସ୍ତ ଯାନବାହାନ ଚଳାଚଳକୁ କଂଗ୍ରେସ ପକ୍ଷରୁ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା । ଏହି ଆନ୍ଦୋଳନରେ ରାଜ୍ୟ ମହିଳା କଂଗ୍ରେସ ଉପସଭାପତି ପ୍ରତିମା ମଲ୍ଲିକ, ପୂର୍ବତନ ବ୍ଲକ ସଭାପତି ସର୍ବେଶ୍ୱର ପଣ୍ଡା, କଂଗ୍ରେସ ନେତା ପ୍ରଶାନ୍ତ କୁମାର ଦାସ, ଦ୍ୱିଜବର ରାଉତ, ଆର୍ତତ୍ରାଣ ପଣ୍ଡା, ବିନ୍ଦୁସାର ମହାପାତ୍ର, କାଶିନାଥ ପଣ୍ଡା, ଆଇନଜୀବି ନିମାଇଁ ଦାସ, ବ୍ରହ୍ମାନନ୍ଦ ମିଶ୍ର, ବସନ୍ତ ଦାସ, ବିଜୟ ସ୍ୱାଇଁ,. ପ୍ରଭାତ ପଣ୍ଡା, ଶରତ ବାରିକ, ବିଷ୍ଣୁ ବିଶ୍ୱାଳ ତ୍ରିଲୋଚନା ରାଉତ, ଶାରଦା ଜେନା, ପ୍ରଦିପ ଦଳାଇ, ଦେବୀପ୍ରସନ୍ନ ସ୍ୱାଇଁ, ଗୋବର୍ଦ୍ଧନ ସେଠୀ, ପ୍ରଭାସ ରାଉତ, ଅକ୍ଷୟ କୁମାର ପରିଡା, ଚିତରଂଜନ ସାଦ , ରଂଜିତ ଜେନା,କାଳନ୍ଦି ମହାନ୍ତି , ଦେବବ୍ରତ ତ୍ରିପାଠୀ,ଭାଗ୍ୟଧର ସାହୁ, ନିଲୁ ମଲ୍ଲିକ, ବନମାଳି ମହାରଣା ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଓ ନେତା ଆନ୍ଦୋଳନରେ ସାମିଲ ହୋଇଥିଲେ । ରଘୁନାଥପୁର ଥାନା ଆଇ.ଆଇ.ସି ଦେବେନ୍ଦ୍ର ମହାପାତ୍ର, ପୋଲିସ ଏସ୍.ଆଇ. ଗୟସ ଅହମ୍ମଦ, ପୋଲିସ ଏସ୍.ଆଇ. ହିତାୟତ ଅହମ୍ମଦ ଆଇନ ଶୃଙ୍ଖଳା ରକ୍ଷାପାଇଁ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର