ରଘୁନାଥପୁର, ୧୫/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧରାଧରପୁର ବସନ୍ତା ଗ୍ରାମରେ ଆଜି ଜଗତସିଂହପୁର ଜିଲ୍ଲା ସଂକୀର୍ତନ ମଣ୍ଡଳି ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ପ୍ରିୟ ରଂଜନ ସାହାଣି ନେତୃତ୍ୱ ନେଇଥିଲେ ଏଥିରେ ୨୦ରୁ ଉଦ୍ଧ୍ୱର୍ ବୃଦ୍ଧ ବୃଦ୍ଧା ମୋତିଆ ବିନ୍ଦୁ ଅପରେସନ୍ ନିମନ୍ତେ ମନୋନିତ ହୋଇଥିଲେ । ସେମାନଙ୍କୁ କଟକ ଲାୟନ୍ସ ଚକ୍ଷୁ ଚିକିତ୍ସା ହସପିଟାଲକୁ ମୋତିଆ ବିନ୍ଦୁ ଅପରେସନ ନିମନ୍ତେ ପଠାଯାଇଅଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜ ପ୍ରଦିପ କୁମାର ବିଶ୍ୱାଳ, ମାନସ କୁମାର ଦାସ, କେଦାରନାଥ ସାହୁ, ସୁଦର୍ଶନ ମହାନ୍ତି, ସନ୍ତୋଷ କୁମାର ସାହୁ, ବିଜୟ କୁମାର ସାହୁ, ଦେବୀ ପ୍ରସାଦ ସାହାଣୀ ପ୍ରମୁଖ ପରିଚାଳନା କରିଥିଲେ । ଲାୟନ୍ସ କ୍ଲବ ହସପିଟାଲ ପକ୍ଷରୁ ଅବିନାଶ ଚୌଧୁରୀ ପ୍ରମୁଖ ଚକ୍ଷୁ ପରୀକ୍ଷା କରିଥିଲେ । ଓଡ଼ିଶା ସମାଚାର