Wednesday , March 29 2023
Home / କୃଷି / ଚାଷୀମାନଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନିରାକାରପୁରରେ ଚାଷୀମେଳି

ଚାଷୀମାନଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନିରାକାରପୁରରେ ଚାଷୀମେଳି

ନିରାକାରପୁର, ୧୫/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ଆଜି ଚାଷୀମାନଙ୍କ ସମସ୍ୟା ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କିପରି ସମସ୍ୟାକୁ ଦୂର କରାଯାଇ ପାାରିବ । ଚାଷୀମାନଙ୍କୁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାଧ୍ୟମରେ ମଳୁଥିବା ସାହାଯ୍ୟ ସହଯୋଗକୁ କିପରି ଉପଲବ୍ଧ କରାଯିବ ସେଥିପାଇଁ ନିରାକାରପୁର ସମିତିସଭ୍ୟ ବରିଷ୍ଠ ନେତା ବିପିନ କୁମାର ଜୟସିଂହଙ୍କ ଆବାହକତ୍ୱରେ ସ୍ଥାନୀୟ ନୀଳକଣ୍ଠେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଏକ ଚାଷୀ ସମାବେଶ କରାଯାଇଥିଲା । ଅନୁଷ୍ଠିତ ବୈଠକରେ ବିନୋଦ କୁମାର ରାଉରାୟଙ୍କ ଅଧ୍ୟକ୍ଷତା କରିଥିବାବେଳେ ଉପସ୍ଥିତର ଚାଷୀମାନେ ଏକ କମିଟି କରି ଏହି ଅଳର ଚାଷୀ ଓ ଚାଷର କିପରି ଉନ୍ନତି ହୋଇ ପାରିବ ସେ ସଂପର୍କରେ ଜିଲ୍ଲାପାଳ ଏବଂ କୃଷି ଅଧିକାରୀଙ୍କୁ ଭେଟି ସେମାନଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରସ୍ତାବ ଦେଇଥିଲେ । କମିଟିରେ ସଭାପତିଭାବେ ଚାଷୀ ଗୋଦାବରୀ ଛୋଟରାୟ, ଉପସଭାପତିଭାବେ ଦିଲ୍ଲୀପ ପ୍ରଧାନ, ବିଜୟ କୁମାର ଜୟସିଂହ,ସଂପାଦକଭାବେ ବଳରାମ ରାଉଉତରାୟ, ସହସଂପାଦକଭାବେ ମନୋଜ କୁମାର ପ୍ରଧାନ,ଡ଼ମ୍ବୁରଧର ପରିଡ଼ା,କୋଷାଧ୍ୟକ୍ଷଭାବେ ସନ୍ତୋଷ କୁମାର ବେହେରା ମନୋନୀତ ହୋଇଥିବାବେଳେ କମିଟି ସଭ୍ୟମାନଙ୍କ ମଧ୍ୟରେ ଗୁଣନିଧି ବେହେରା, ନବ କିଶୋର ବେହେରା, ହାଲୁ ପ୍ରଧାନ, କପିଳେଶ୍ୱର ସିଂହ, ଗାଣ୍ଡ ବଳିୟାରସିଂହ, ଅଇଁଠା ରାଉରାୟ ପ୍ରମୁଖ ରହିଥିଲେ । ନିରାକାରପୁର ଚାଷୀମାନଙ୍କ ତରଫରୁ କୃଷକ ସାଥୀ ନିରଞ୍ଜନ ରାଉତରାୟ, ମଧୁସୂଦନ ପାଟ୍ଟଶାଣୀ, ଉତମ କୃଷକଭାବେ ଅଇଁଠା ରାଉତରାୟ, ରବି ମାଝି ଓ ରବି ବେହେରାଙ୍କୁ ଉତରୀୟ ଦେଇ ସମ୍ମାନୀତ କରାଯାଇଥିଲା ।ଶେଷରେ ଚାଷୀ ବାବୁଲି ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।   ଓଡ଼ିଶା ସମାଚାର

Leave a Reply

Your email address will not be published.