ଅନଶନ ପାଇଁ ପ୍ରସ୍ତୁତି ବୈଠକ
ଗରଦପୁର, ୧୫/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର ଗୋପାଳକ ଚାଷୀମାନେ ସେମାନଙ୍କର ହକ୍ ପାଇବା ପାଇଁ ଏକଜୁଟ ହୋଇଛନ୍ତି । ୨୦୧୮ ମସିହାରେ ହୋଇଥିବା ପ୍ରବଳ ବର୍ଷା କ୍ଷୟ କ୍ଷତିରେ ତାଙ୍କର ଉଜୁଡ଼ି ଯାଇଥିବା ଗୋ ସମ୍ପଦ ବାବଦରେ ସଦରକାରଙ୍କ ତରଫରୁ ମିଳିବାକୁ ଥିବା ଆର୍ଥିକ ପୋତ୍ସାହନ ଗତ ୩ ବର୍ଷ ଧରି ବିଭାଗୀୟ ଉଦାସିନତାରୁ ମିଳିପାରିନଥିବାରୁ ଚାଷୀମାନେ ତୀବ୍ର ଅସନ୍ତୋଷ କ୍ରକାଶ କରିଛନ୍ତି । ସେଥିପାଇଁ ଆଜି ଗରଦପୁର ବ୍ଲକ୍ ନିକଟସ୍ଥ ଶ୍ରୀ ବଳଦେବ ଜୀଉ ଙ୍କ ପ୍ରାଙ୍ଗଣରେ କ୍ଷତିଗ୍ରସ୍ତ ୩୮ ଜଣ ଚାଷୀ ଏକ ବୈଠକରେ ମିଳିତ ହୋଇଥିଲେ । ସେମାନଙ୍କ ନ୍ୟାଯ୍ୟ ଦାବି ହକ୍ ପ୍ରାପ୍ୟ ନପାଇବା ପର୍ଯ୍ୟନ୍ତ ମିଳିତ ଭାବେ ସଂଗ୍ରାମ କରିବେ ବୋଲି ବଳଦେବଜୀଉଙ୍କ ନିକଟରେ ଶପଥ କରିଛନ୍ତି । ଏଥି ସହିତ ସିଡ଼ିଭିଓ ଜାଣି ଶୁଣି ଗୋ ଚାଷୀମାନଙ୍କୁ ହାରାସ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଉଲେଖନୀୟ ଏହିକି ଗୋ ଚାଷୀମାନଙ୍କର କ୍ଷୟ କ୍ଷତି ସମ୍ପର୍କରେ ମିଳିତ ବିଭାଗିୟ ରିପୋର୍ଟ ପ୍ରସ୍ତୁତ କରାଯାଇ ୩୮ ଝର ହିତାଧିକାରୀ ଚାଷୀମାନଙ୍କୁ ଆର୍ଥିକ ସହାୟତା ମିଳିବା ପାଇଁ ସୁପାରିଶ ହୋଇଥିଲେ ମଧ୍ୟ ପୁଣି କଣ ପାଇଁ ବାରମ୍ବାର ବିଭାଗିୟ କର୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରି ଚାଷୀମାନଙ୍କୁ ହାରାସ କରୁଛନ୍ତି ବୋଲି ବୈଠକରେ ଚାଷୀମାନେ ପ୍ରଶ୍ନ କରିଛନ୍ତି । ଏଥି ସହିତ ସେମାନଙ୍କ ନ୍ୟାଯ୍ୟ ଦାବି ପୂରଣ କରି ଜିଲା ପ୍ରଶାସନ ଯଥା ଶୀଘ୍ର ପଦକ୍ଷେପ ନେଇ ଆତôର୍କ ସହାୟତା ଯୋଗାଇ ଦେବାକୁ ଜିଲାପାଳ ଅମି୍ରତ ଋତୁରାଜ ଙ୍କୁ ଚାଷୀମାନେ ଅନୁରୋଧ କରିଛନ୍ତି । ନଚେତ ଚାଷୀମାନେ ସିଡ଼ିଭିଓ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ବୋଲି ଚାଷୀ ସର୍ବଶ୍ରୀ ଅରୁଣ କୁମାର ପଣ୍ଡା,ଅମରେନ୍ଦ୍ର ଜେନା,ସୁଧାକର ମହାନ୍ତି, ନିତ୍ୟାନନ୍ଦ ପଣ୍ଡା,ସୁରେଶ ଚନ୍ଦ୍ର ଦାସ, ଆସୁତୋଷ ଦାସ,ସୁକାନ୍ତ ରାଉତ ରେବତୀ ବେହେରା, ଅଂଜନ ବେହେରା , ସୀତା ମଳିକ , ନମିତା ରାଉତ, ବେଙ୍ଗଲତା ବେହେରା , ଅଂଜନ ବେହେରା ପ୍ରମୁଖ ବୈଠକରେ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର