Saturday , April 1 2023
Breaking News
Home / ରାଜନୀତି / କଂଗ୍ରେସ ବନ୍ଦ ଡ଼ାକରା ପାଟକୁରା ରେ ସଫଳ 

କଂଗ୍ରେସ ବନ୍ଦ ଡ଼ାକରା ପାଟକୁରା ରେ ସଫଳ 

ଗରଦପୁର, ୧୫/୦୨/୨୦୨୧ (ଓଡ଼ିଶା ସମାଚାର)- ଦେଶରେ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ଆକାଶଛୁଆଁ ଦର ବୃଦ୍ଧି ଘଟିଛି । ସେଥିଯୋଗୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ୬ ଘଂଟିଆ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଥିଲା । ଏହି ବନ୍ଦର ପ୍ରଭାବ ଆଜି ସମଗ୍ର ପାଟକୁରା ଅଂଚଳରେ ପଡ଼ିଥିଲା । ପାଟକୁରା କଂଗ୍ରେସ ତରଫରୁ ବନ୍ଦ ଡ଼ାକରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ମଧ୍ୟ ଯୋରଦାର ହୋଇଥିଲା । ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କ ନେତୃତ୍ୱରେ ବନ୍ଧସାହି ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରୁ ୩୦୦ ରୁ ଅଧିକ ବାଇକ୍ ରେ ୫ଶହ ରୁ ଅଧିକ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ଯାଇ ଚଅଁପୁର, ମାହାଳ ବଜାର ବନ୍ଦ କରିବା ସହିତ ଖୋଲାଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଡ଼ାକଘରକୁ ବନ୍ଦ କରିଥିଲେ । କୋରୁଆ କଲେଜ ଛକରେ ପହଂଚି ଦୋକାନ ବଜାର ବନ୍ଦ କରିବା ସହିତ ସେଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପରେ ପରେ କଂଗ୍ରେସ କର୍ମୀମାନେ କଳାବୁଦା ବାରେଣି ବଜାର ବନ୍ଦ କରିବା ପାଇଁ ଦୋକାନୀ ମାନଙ୍କୁ ଅନୁରୋଧ କରିଥିଲେ । ଏହାପରେ ଗରଦପୁର ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ବ୍ଲକ୍ ବନ୍ଦ କରିବା ପାଇଁ ବିଡ଼ିଓ ରଂଜିତ କୁମାର ମଲିକ ଙ୍କୁ ନିବେଦନ କରିଥିଲେ । ବିଡ଼ିଓ ଶ୍ରୀ ମଲିକ ଓ କର୍ମଚାରୀମାନେ ବ୍ଲକ୍ କାର୍ଯ୍ୟାଳୟ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ କରିଥିଲେ ।  ସେହିପରି କଂଗ୍ରେସ କର୍ମୀମାନେ ଗରଦପୁର ତହସିଲ କାର୍ଯ୍ୟାଳୟରେ ପହଂଚି କାର୍ଯ୍ୟାଳୟ ବନ୍ଦ କରିବା ପାଇଁ ତହସିଲଦାର ଙ୍କୁ ଅନୁରୋଧ କରିଥିଲେ । ଏହାଛଡ଼ା ବ୍ୟାଙ୍କ , ପ୍ରାଣୀ ଚିକିତ୍ସାଳୟ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ . ବୀମା କାର୍ଯ୍ୟାଳୟ ବନ୍ଦ କରିଥିଲେ । କୋରୁଆ ଓ ମାହାଳ ବଜାରରେ କିଛି ବ୍ୟବସାୟୀ ବନ୍ଦ ନକରିବାରୁ କଂଗ୍ରେସ କର୍ମୀମାନେ ଯୋର ଜବରଦସ୍ତି ବନ୍ଦ କରିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଅବସରରେ ବ୍ଲକ୍ କଂଗ୍ରେସ କମିଟି ସଭାପତି ଜ୍ୟୋତିରଂଜନ ପରିଡ଼ା , ଜିଲା ସାଧାରଣ ସମ୍ପାଦକ ଅଜିତ ମହାନ୍ତି , ନୀରଂଜନ ରାଉତ,ଫକୀର ଲେଙ୍କା,ଶଙ୍କର୍ଷଣ ମଲିକ ଚିତରଂଜନ ରାଉତରାୟ,ଯୁବ କଂଗ୍ରେସ ନେତା ସଂଗ୍ରାମ ପୃଷ୍ଟି , ରଂଜନ ରାଉତ,ଅଜୟ କୁମାର ମଲିକ , ଅଶୋକ ଲେଙ୍କା,ରଂଜନ ପରିଜା,ପ୍ରଦୀପ ମହାରଣା, ସୁସିଲ କୁମାର ସାହୁ,ବାବୁଲି କୁମାର ସ୍ୱାଇଁ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ ଏହି ବନ୍ଦ କାର୍ଯ୍ୟକ୍ରମରେ ସାମିଲ ରହିଥିଲେ । ଗତକାଲି ପ୍ରଚାର ଗାଡ଼ିକୁ ଭଙ୍ଗା ରୁଜା କରିଥିବା ଆକ୍ରମଣକାରୀକୁ ତୁରନ୍ତ ଗିରଫ କରିବା ପାଇଁ ପାଟକୁରା ଥାନା ଅଧିକାରୀ ସୁଜିତ ପ୍ରଧାନ ଙ୍କୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଘରି କଂଗ୍ରେସ କର୍ମୀମାନେ ଦୃଢ଼ ଦାବି ଜଣାଇଥିଲେ । ତେବେ ସରକାରଙ୍କ ଘୋଷଣା ଅନୁଯାୟୀ ପାଟକୁରା ର ସମସ୍ତ ଶିକ୍ଷାନୁଷ୍ଠାନ  ବନ୍ଦ ରହିଥିବାବେଳେ କୋରୁଆ ବସ ଷ୍ଟାଣ୍ଡରେ ମଧ୍ୟ ବସ ଦେଖିବାକୁ ମିଳିନଥିଲା । ରନ୍ଧନ ଗ୍ୟାସ ର ଦର ବୃଦ୍ଧି ଯୋଗୁ ବିଭିନ୍ନ ସ୍ଥାନରେ ମହିଳାମାନେ ହାତ ହଲାଇ ବନ୍ଦ ସପକ୍ଷରେ ସମ୍ମତି ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.