Sunday , April 2 2023
Breaking News
Home / ରାଜନୀତି / କଂଗ୍ରେସର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ସମଗ୍ର କନ୍ଧମାଳରେ ସଫଳ

କଂଗ୍ରେସର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ସମଗ୍ର କନ୍ଧମାଳରେ ସଫଳ

କନ୍ଧମାଳ, ୧୫/୦୨/୨୦୨୧ (ଓଡ଼ିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ୟାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ଓଡ଼ିଶାରେ ଆଜି କଂଗ୍ରେସ ବନ୍ଦ ପାଳନ କରିଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଦିନ ଗୋଟାଏ ପର୍ୟ୍ୟନ୍ତ ଚାଲିଥିଲା । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ୬ ଘଣ୍ଟିଆ ବନ୍ଦ ଡାକରା ସମଗ୍ର କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡ଼ା ଅଞ୍ଚଳ ରେ ମଧ୍ୟ ଏହାର ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲା ତଥା ନଗର କଂଗ୍ରେସ ତରଫରୁ ବିଭିନ୍ନ ଛକ ଗୁଡିକ ଅବୋରୋଧ କରି ରଖିଥିବା ବେଳେ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରି ନାରାବାଜି କରିଥିବା ଦେଖିବାକୁ ମିଳିଛି। ବାଲିଗୁଡା ନଗର କଂଗ୍ରେସ ତରଫରୁ ସଭାପତି ସ୍ୱପ୍ନେଶ୍ୱର ସାହୁ , ମନୋଜ୍ କୁମାର ଆଚାର୍ୟ୍ୟ , ବରିଷ୍ଠ କଂଗ୍ରେସ ନେତା ବଳରାମ ଦୋରା, ଶିବରାମ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ। ବନ୍ଦ ପ୍ରଭାବ ରେ ବାଲିଗୁଡ଼ା ଅଞ୍ଚଳ ର ସମସ୍ତ ଦୋକାନ ବଜାର , ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜ଼ିଲ୍ଲା କଂଗ୍ରେସ ସଭାପତି ଙ୍କ ନେତୃତ୍ୱରେ କର୍ମୀମାନେ ସହରରେ ବିଭିନ୍ନ ସ୍ଥାନ ରେ ପିକେଟିଂ କରି ଶେଷରେ ମାଦିକୁନ୍ଦ। ଛକ ଠାରେ ଧର୍ମେନ୍ଦ୍ର ପ୍ରଧାନ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ଓ କେନ୍ଦ୍ର ସରକାର ହୁ ହୁ ହୋଇ ବଢାଇଥିବା ତୈଳ ଦରକୁ ବିରୋଧ କରି ନାରାବାଜି ମଧ୍ୟ କରିଥିଲେ । ସକାଳୁ ସକାଳୁ ଫୁଲବାଣୀ ସହରର ଦୋକାନ ବଜାର ବନ୍ଦ ସହ ଗାଡ଼ି ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ଓ ସେହିପରି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଉଦୟଗିରି, ବାଲିଗୁଡ଼ା, ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି, ଭଳି ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ସହ ଦୋକାନ ବଜାର ବନ୍ଦ ରହିଥିବାର ଦେଖିବାକୁ ମିଳିଛି । ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ଥିବା ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.