Saturday , April 1 2023
Breaking News
Home / ରାଜନୀତି / କଂଗ୍ରେସଦଳ ପକ୍ଷରୁ ଓଡିଶା ବନ୍ଦ ପାଳନ

କଂଗ୍ରେସଦଳ ପକ୍ଷରୁ ଓଡିଶା ବନ୍ଦ ପାଳନ

ସାଲେପୁର /ମାହାଙ୍ଗା ୧୫/୦୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ରାଜ୍ୟ କଂଗ୍ରେସର ଆହ୍ୱାନ କ୍ରମେ ଆଜି ମାହାଙ୍ଗା ଓ ସାଲେପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମୀମାନେ ବିଭିନ୍ନ ଦୋକାନ- ବଜାର,ସରକାରୀ ଦପ୍ତର ଏବଂ ଶିକ୍ଷାନୁଷ୍ଠାନ ଗୁଡିକୁ ବଂଦ କରିବା ପାଇଁ ଜନସଚେତନତା ସୃଷ୍ଟି କରିବା ଦେଖିବାକୁ ମିଳିଥିଲା । ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସର ଅହେତୁକ ଦର ବୃଦ୍ଧିକୁ କଂଗ୍ରେସ ତୀବ୍ର ବିରୋଧ କରି ଏହି ବନ୍ଦ ଡାକରା ଦେଇଥିଲା ।
ଏଥିସହ ରାଜ୍ୟରେ ବଢ଼ି ବଢ଼ି ଚାଲିଥିବା ନାରୀ ଓ ଶିଶୁ ନିର୍ୟ୍ୟାତନା ସାଙ୍ଗକୁ ଆଇନି ଶୃଙ୍ଖଳା ବିପର୍ୟ୍ୟସ୍ତ ପ୍ରତିବାଦରେ ଏହି ଆନ୍ଦୋଳନ ପଲ୍ଲୀରୁ ଦିଲ୍ଲୀ ପର୍ୟ୍ୟନ୍ତ ବ୍ୟାପକ ହେବବୋଲି କଂଗ୍ରେସ ନେତାମାନେ କହିଥିଲେ । ସାଲେପୁର କଂଗ୍ରେସ ପକ୍ଷରୁ କୁଆଁପାଳ ରୋଡ ବଜାର ଛକ ନିକଟରେ ବସି ସ୍ଲୋଗାନ ଦେବାସହ ମୁଖ୍ୟବଜାର ସମେତ ଅନ୍ୟାନ୍ୟ ବଜାର ବନ୍ଦ ରହିଥିବା ଦେଖବାକୁ ମିଳିଥିଲା।ସେହିପରି ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ କଂଗ୍ରେସ ନେତା ସରୋଜ ପରିଡାଙ୍କ ନେତୃତ୍ୱରେ ଉତ୍ସବ ପରିଡା, ରବୀନ୍ଦ୍ର ପରିଡା, ପୀରୁ ପୃଷ୍ଟି, ଅରବିନ୍ଦ ପଣ୍ଡା, ବିଚିତ୍ରାନନ୍ଦ ରାଉତରାୟ, ପ୍ରଦୀପ୍ତ ରାଉତରାୟ ପ୍ରମୁଖ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ । ଆନ୍ଦୋଳନକାରୀ ମାନେ କୋଠପଦା, ଜଇପୁର, ମୂଳବସନ୍ତ, କଲ୍ୟାଣପୁର, କୁଆଁପାଳ, ଛତ୍ରତୋଟା, ମାହାଙ୍ଗା,ଏରକଣା ଆଦି ବିଭିନ୍ନ ଅଂଚଳରେ ପହଂଚି ରାସ୍ତାରେ ଟାୟାର ଜାଳି ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବାସହ ଦୋକାନ-ବଜାର ବନ୍ଦ କରିବା ଦେଖିବାକୁ ମିଳିଥିଲା । କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ର ବିଭିନ୍ନ ସ୍ଥାନ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.