Saturday , April 1 2023
Breaking News
Home / ରାଜନୀତି / ଓଡ଼ିଶା ବନ୍ଦ କୁ ସମର୍ଥନ କରି ଜିଲ୍ଲା ର ବିଭିନ୍ନ ସ୍ଥାନରେ କଂଗ୍ରେସ ତରଫରୁ ଚକା ବନ୍ଦ

ଓଡ଼ିଶା ବନ୍ଦ କୁ ସମର୍ଥନ କରି ଜିଲ୍ଲା ର ବିଭିନ୍ନ ସ୍ଥାନରେ କଂଗ୍ରେସ ତରଫରୁ ଚକା ବନ୍ଦ

କଳାହାଣ୍ଡି ୧୫/୦୨/୨୦୨୧( ଓଡିଶା ସମାଚାର /ସଂଜୟ ସିଂହ )- ଆଜି ସକାଳ ୭ ଘଣ୍ଟା ରୁ ଦିବ ୧ ଘଣ୍ଟା ପର୍ୟ୍ୟନ୍ତ କଂଗ୍ରେସ ପକ୍ଷରୁ ଚକା ବନ୍ଦ ଡ଼ାକରା ଦିଆଯାଇଥିଲା। ପିସିସି ସଭାପତି ଙ୍କ ଆହ୍ୱାନରେ ସାରା ଓଡ଼ିଶାରେ ବନ୍ଦ ପାଳନ ହୋଇଥିବାବେଳେ ଭବାନୀପାଟଣା ଠାରେ ମଧ୍ୟ ସମସ୍ତ ଛକ୍ ଠାରେ ମହମ୍ମଦ ସାହେବ୍ ୟୁଥ୍ କଂଗ୍ରେସ୍ ଷ୍ଟେଟ ସେକ୍ରେଟାରୀ ଙ୍କ ତତ୍ତ୍ୱାବଧାନରେ ପେଟ୍ରୋଲ ଡିଜେଲ ଦରଦାମ୍ ର ଅହେତୁକ ମୂଲ୍ୟ ବୃଦ୍ଧି ଓ ଚାକିରି ,ମହିଳାମାନଙ୍କ ପ୍ରତି ଅନ୍ୟାୟ ,ଛାତ୍ର ମାନଙ୍କ ପ୍ରତି ଅନ୍ୟାୟ ହେଉଛି ଏବଂ ତିନୋଟି କୃଷି ଆଇନ୍ କୁ ପ୍ରତ୍ୟାହାର ଦାବିରେ ଜାତୀୟ କଂଗ୍ରେସ୍ ଭବାନୀପାଟଣା ର ସମସ୍ତ ଛକ ମାନଙ୍କରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି । ସରକାର ଯଦି ଆଗାମୀଦିନରେ ଏଥିପ୍ରତି ନ୍ୟାୟ ନ ଦିଅନ୍ତି ତାହେଲେ ଆଗାମୀ ଦିନରେ ରାଜରାସ୍ତାରେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ୍ କର୍ମୀ ମାନେ । ଓଡିଶା ସମାଚାର

Leave a Reply

Your email address will not be published.