Monday , March 20 2023
Breaking News
Home / ବିଶେଷ / ଆକସ୍ମିକ ଅଗ୍ନିକାଣ୍ଡରେ ୪ଟି ପରିବାରର ଘରପୋଡି

ଆକସ୍ମିକ ଅଗ୍ନିକାଣ୍ଡରେ ୪ଟି ପରିବାରର ଘରପୋଡି

କେନ୍ଦ୍ରାପଡା,୧୫/୦୨/୨୦୨୧ (ଓଡ଼ିଶା ସମାଚାର)- ଆକସ୍ମିକ ଅଗ୍ନିକାଣ୍ଡରେ ଟାଉନ ଥାନା ଅନ୍ତର୍ଗତ ଫକିରାବାଦ ମୁସଲିମ ବସ୍ତିର ୪ଟି ପରିବାରର ବାସଗୃହ ପୋଡି ପାଉଁଶ ହୋଇଯାଇଛି । ଗତ ଶନିବାର ରାତିରେ ବିଦୁ୍ୟତ ସଟ୍ ସର୍କିଟରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଫକିରାବାଦର ସ୍ୱର୍ଗତ ସେକ ଅବଦୁଲ କାହିରଙ୍କ ପତ୍ନୀ ମେହେରୁନା ବିବି, ସେକ କରିମ, ସେକ ରିହାନ ଓ ସେକ ଉମ୍ରାନ ପ୍ରଭୃତି ୪ଟି ପରିବାରଙ୍କ ବାସଗୃହ ସମେତ ଏକ ଭୁଷାମାଲ ଦୋକାନ ମଧ୍ୟ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ୫ଲକ୍ଷରୁ ଉଦ୍ଧ୍ୱର୍ ମୂଲ୍ୟରେ ସମ୍ପତି ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ଅଗ୍ନିଶମ ବିଭାଗ ଗାଡି ଖବରପାଇ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.