Saturday , March 25 2023
Breaking News
Home / ବିଶେଷ / ୧୨ ବର୍ଷ ହେଲା ଫେରାର ଥିବା ୱାରେଣି୍ଟ ଗିରଫ

୧୨ ବର୍ଷ ହେଲା ଫେରାର ଥିବା ୱାରେଣି୍ଟ ଗିରଫ

ଭୁବନ ୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଥାନା ଅନ୍ତର୍ଗତ ଭୂଷଳ ପଂଚାୟତ ଜୟପୁର ଗ୍ରାମର ଭ୍ରମର ମଲିକ ଙ୍କ ପୁଅ ବିଶ୍ୱନାଥ ମଲିକ (୪୫) ଦୀର୍ଘ ୧୨ ବର୍ଷ ହେଲା ଫେରାର ଥିବା ବେଳେ ଆଜି ତାଙ୍କୁ ଗିରଫ କରିବାରେ ଭୁବନ ପୋଲିସ ସକ୍ଷମ ହୋଇଛି । ୨୦୦୮ ମସିହାରେ ଗଣ୍ଡଗୋଳ,ମାରପିଟି,ରାହାଜାନୀ ଓ ନାରୀ ନିର୍ଯ୍ୟାତନା ଭଳି ମାମଲା ରୁଜ୍ଜୁ ହୋଇଥିଲା । ସେହିଦିନଠାରୁ  ମୁଖ୍ୟ ଅଭିଯୁ୍କ୍ତ କୁହାଯାଉଥିବା ବିଶ୍ୱନାଥ ପୋଲିସ ଆଖିରେ ଧୂଳିଦେଇ ଦୀର୍ଘ ୧୨ ବର୍ଷ ହେଲା ଘୁରି ବୁଲୁଥିଲା । ଗାଁ କୁ ଆସିଥିବା ଖବର ପାଇ ଭୁବନ ଥାନାର ଏଏସଆଇ ରମେଶ ଚନ୍ଦ୍ର ସ୍ୱାଇଁ ସଦଳ ବଳେ ଚଢାଉକରି ଅପରାହ୍ନ ୨ ଘଟିକା ସମୟରେ ଜୟପୁର ଗାଁ ମଙ୍ଗଳା ମନ୍ଦିର ରୁ ବିଶ୍ୱନାଥକୁ ଗିରଫ କରି ଥାନାକୁ ଆଣିଥିଲେ । ବିଶ୍ୱନାଥ ନାମରେ ୨୦୦୮,୨୦୧୨,୨୦୧୬ ଏବଂ ୨୦୨୧ ରେ ୱାରେଣ୍ଟ ଜାରି ହୋଇଥିବା ଥାନା ସୂତ୍ରରୁ ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.