ରଘୁନାଥପୁର,୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ସ୍ୱେଚ୍ଛାସେବୀ ସଂଗଠନ ସମାଜ ବିକାଶ ମିଶନ ପକ୍ଷରୁ ବାଲିତୁଠ ତାଙ୍କର ଆମ୍ବୁଲାନ୍ସ ନେଇ ପହଂଚି ସେଠାରେ ଥିବା ଅପରିଚିତ ମାନସିକ ରୋଗୀକୁ ନେଇ କଟକ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତି କରିଛନ୍ତି । ବାଲିତୁଠ ଅଂଚଳର ଅଧ୍ୟାପିକା ସଞ୍ଜୁକ୍ତା ତ୍ରିପାଠୀ, ସ୍ନେହମୟୀ ଆଚାର୍ଯ୍ୟ, ରସ୍ମିତା ନାୟକ ସମାଜ ବିକାଶ ମିଶନକୁ ଏହି ଖବର ଦେଇଥିଲେ । ଖବର ପାଇ ସମାଜ ବିକାଶ ମିଶନ ସଂପାଦକ ସରିତ ମହାପାତ୍ର, ସ୍ପନ୍ଦନ ଖଟୁଆ, ଲୋକନାଥ ଦାସ, ବଦ୍ରିନାଥ ଦାସ ପ୍ରମୁଖ ତାଙ୍କ ଆମ୍ବୁଲାନ୍ସରେ ବାଲିତୁଠରୁ କଟକ ମେଡିକାଲକୁ ଉକ୍ତ ମାନସିକ ରୋଗୀଙ୍କୁ ନେଇ ଚିକିତ୍ସା ନିମନ୍ତେ ଭର୍ତି କରିଛନ୍ତି । ଓଡ଼ିଶା ସମାଚାର