Saturday , March 25 2023
Breaking News
Home / ବିଶେଷ / ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ୱର୍ଗତ ଶ୍ରୀନିବାସ ପାଇକରାୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ୱର୍ଗତ ଶ୍ରୀନିବାସ ପାଇକରାୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ

ସେଥିଥିଲେ ଏକାଧାରାରେ ଶିଳ୍ପ,ସିନେମା ,ସାହିତ୍ୟ ,ସଂସ୍କୃତିର ସୌଦାଗର
ନିରାକାରପୁର, ୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ସ୍ୱର୍ଗତ ଶ୍ରୀନିବାସ ପାଇକରାୟ ଜଣେ ଆଗଧାଡ଼ିର ଚଳଚିତ୍ର ପ୍ରଯୋଜକ, ଶିଳ୍ପପତି, ଅଭିନେତା, ସାହିତ୍ୟ, ସଂସ୍କୃତିର ପୃଷ୍ଠପୋଷକ, ସମାଜସେବୀ, ରାଜନେତାଭାବେ ବେଶ ପରିଚୟ ଲାଭ କରିଥିବାବେଳେ ନିଜ ଅଂଚଳରେ ଶିକ୍ଷାର ବିକାଶ ପାଇଁ ସେ ଅହରହ ଚେଷ୍ଟା କରି ସଫଳ ବି ହୋଇଥିଲେ । ପଂଚସଖା ବ୍ୟାନରେ ନିର୍ମିତ ନୂଆବୋଉ, ନବଜନ୍ମ, ମାଣିକଯୋଡ଼ି, କିଏକାହାର ଚଳଚିତ୍ରର ସେ ଥିଲେ ମୁଖ୍ୟ ପ୍ରଯୋଜକ । ଜଣେ ଶିଳ୍ପପତିଭାବେ ସେ ଯଥେଷ୍ଟ ସୁନାମ ଅର୍ଜନ କରି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଷ୍ଟେସନ ନିକଟରେ ଲାଇଟ ଫାଉଣ୍ଡାରୀ ପ୍ରତିଷ୍ଠା କରି ଅଂଚଳର ବେକାରୀ ସମସ୍ୟା ଦୂର କରିବାରେ ଚେଷ୍ଟା କରିଥିଲେ ବୋଲି ଆଜି ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ପଂଚାୟତସ୍ଥିତ ତାଙ୍କ ନିଜ ଜନ୍ମମାଟି ମାନପୁର ଗ୍ରାମରେ ଏକାଦଶାହ ଉପଳକ୍ଷେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ରାଜନେତା ପଦ୍ମଚରଣ ରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଅତିଥିଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉରାୟ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ କୁମାର ଦଳେଇ, ଚଳଚିତ୍ର ପ୍ରଯୋଜକ ତଥା ସମାଜସେବୀ ଡ଼. ପ୍ରକାଶ ଶ୍ରୀଚନ୍ଦନ,ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ରାମଚନ୍ଦ୍ର ପ୍ରଧାନ, ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ସ୍ଥାନୀୟ ସରପ ବୈକୁଣ୍ଠ ମାର୍ଥା ଓ ରାଜନେତା ସୁବାଷ ପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପାଇକରାୟଙ୍କ ଜୀବନ ସଂର୍କରେ ଆଲୋକପତ କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ଡ଼. ଗଣେଶୀ ଲାଲ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ, ବାଚସ୍ପତି ଡ଼. ସୂର୍ଯ୍ୟନାରାୟଣ ପାତ୍ର, ଭୁବନେଶ୍ୱର ସାଂସଦ ଅପରିଜିତା ଷଢଙ୍ଗୀ ,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ ଓ ଚଳଚିତ୍ର ପ୍ରଯୋଜକ ପ୍ରଶାନ୍ତ ନନ୍ଦ ପ୍ରମୁଖ ପଠାଇଥିବା ଶୋକବାର୍ତା ପଠନ କରାଯାଇଥିଲା । ଏହି ସଭାକୁ ପୂର୍ବତନ ବିଧାୟକ ଡ଼. ଦିଲ୍ଲପ କୁମାର ଶ୍ରୀଚନ୍ଦନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସ୍ୱର୍ଗତ ପାଇକରାୟଙ୍କ ପରିବାର ସାହାଯ୍ୟ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.