Wednesday , March 29 2023
Home / ଶିକ୍ଷା / ଭୁବନ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ

ଭୁବନ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ

ଭୁବନ,୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଉଚ୍ଚ ବିଦ୍ୟାଳୟ ପୁସ୍ତକାଗାର ଅଧ୍ୟୟନ କକ୍ଷରେ ଗତକାଲି ଅପରାହ୍ନ ୨ ଘଟିକା ସମୟରେ ମାଟ୍ରିକ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ଓ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଙ୍କ ନିର୍ଦ୍ଧେଶ କ୍ରମେ ଶିକ୍ଷକ ଗଣେଶ୍ୱର ସାହୁ ,ଦିଲ୍ଲୀପ ତ୍ରିପାଠୀ ସରକାରଙ୍କର ୧୦୦ ଦିନର ପାଠ୍ୟକ୍ରମ,ଶିକ୍ଷା ଦର୍ପଣ , ବିଦ୍ୟାଳୟରେ ସୁରକ୍ଷା  ଓ ବିଶେଷକରି ଶିକ୍ଷକ ମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରତିକାରମୂଳକ ଶିକ୍ଷା ଏବଂ ମାଟ୍ରିକ ପରୀକ୍ଷା ସଂପର୍କରେ ଆଲୋକପାତ କରିଥିଲେ । ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ୧୦ ଜଣ ପିଲାଙ୍କ ଦାୟିତ୍ୱ ଗ୍ରହଣ କରିଥିବାରୁ ଅଭିଭାବକ ମାନେ ସନ୍ତୋଷ ପ୍ରକାଶ କରିଥିଲେ । ଗରିବ ମେଧାବୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ସହାୟତା ପ୍ରଦାନ ପାଇଁ ଅଭିଭାବକ ମହଲ ନିବେଦନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.