Saturday , April 1 2023
Breaking News
Home / ତାଜା ଖବର / ଭାରସାମ୍ୟ ହରାଇ କେନାଲ କୁ ଓଲଟିଲା ବୋଲେରୋ

ଭାରସାମ୍ୟ ହରାଇ କେନାଲ କୁ ଓଲଟିଲା ବୋଲେରୋ

ଭୁବନ ୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ-ଅନଳ ରାସ୍ତାରେ ଆଜି ଅପରାହ୍ନ ୪ ଘଟିକା ସମୟରେ ଭାରସାମ୍ୟ ହରାଇ ଏକ ବୋଲେରୋ ଗାଡି କେନାଲକୁ ଓଲଟି ପଡିଥିଲା । ପ୍ରାପ୍ତ ଖବରରୁ ପ୍ରକାଶ ଯେ,ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ରାଁସୋଳ ପଂଚାୟତ ବରଗଜି ଗା୍ରମରୁ ଓଡି୩୪ସି.୯୯୧୯ ବିଶିଷ୍ଟ ବୋଲେରୋକୁ ଡ୍ରାଇଭର ବିନୋଦ ସର୍ଦ୍ଧାର  ଏକ ବାହାଘର ଭଡାରେ ଯିବାପାଇଁ  ଦ୍ରୁତ ଗତିରେ ଭୁବନ ଆଡକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡି ଓ ଡ୍ରାଇଭରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.