Thursday , March 23 2023
Home / ବିଶେଷ / ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ଧାମନଗର,୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଂଚାୟତରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଧାମନଗର ବିଧାୟକ ବିଷ୍ଣୁ ସେଠୀ ମୁଖ୍ୟ ଅତିଥିରୂପେ ଯୋଗଦେଇ ପଂଚାୟତର କଷଟି, ବରଗଡ଼ା, ଅଜମତ୍ୁର, ଖାରିଜକୋରୁଆ, କୋରୁଆ, ଗୋବିନ୍ଦପୁର ପ୍ରଭୃତି ସ୍ଥାନରେ ନବନିର୍ମିତ ମିଶନ୍ ଶକ୍ତି ଗୃହ, ଅଙ୍ଗନୱାଡ଼ି ଗୃହ, ଆମଗାଁ ଆମ ବିକାଶ ଗୃହ, ପିଇଓ କ୍ୱାଟର ଆଦିକୁ ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଯୁବନେତା ଶ୍ରୀକାନ୍ତ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟ୍ରକମରେ ସରପଂଚ ଜୟନ୍ତୀ ନାୟକ, ସମିତି ସଭ୍ୟ ସ୍ମୃତିରଂଜନ ପଣ୍ଡା, ପୂର୍ବତନ ସରପଂଚ ଦୟାନିଧି ଲେଙ୍କା ପ୍ରମୁଖ ସମ୍ମାନୀତ ଅତିଥିରୂପେ ଉପସ୍ଥିତ ଥିଲେ । ଏକ ବାଇକ୍ ଶୋଭାଯାତ୍ରାରେ ବିଧାୟକ ବିଷ୍ଣୁଙ୍କୁ ସ୍ୱାଗତ କରାଯାଇ ବିଭିନ୍ନ ସ୍ଥାନକୁ ନିଆଯାଇଥିଲା । ପ୍ରଶାନ୍ତ ନାୟକ, ସୁବ୍ରତ ବିଶ୍ୱାଳ, ଶୁଭଙ୍କର ନାୟକ, କୈଳାଶ ମଲ୍ଲିକ, ପ୍ରଦୀପ ନାୟକ, ରତ୍ନାକାର ନାୟକ, ଫକୀରମୋହନ ଜେନା, ଦୋଳଗୋବିନ୍ଦ ନାୟକ, ବିଷ୍ଣୁ ବେହେରା, ବିଭୁଦତ ପ୍ରଧାନ, ବିଜୟ ନାୟକ, ସତ୍ୟବାନ ଜେନା ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.