Thursday , March 23 2023
Home / କ୍ରୀଡ଼ା / ପିପିଏଲ ପକ୍ଷରୁ ଭଲି ବଲ୍ ଚ୍ୟାଲେଂଜ କପ୍ ଆୟୋଜିତ

ପିପିଏଲ ପକ୍ଷରୁ ଭଲି ବଲ୍ ଚ୍ୟାଲେଂଜ କପ୍ ଆୟୋଜିତ

ପାରାଦ୍ୱୀପ,୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦ୍ୱୀପ ଫସଫେଟ୍ସ ଲିମିଟେଡ ( ପିପିଏଲ) ପକ୍ଷରୁ ଚଳିତ ଫେବୃଆରୀ ୧୨ ଓ ୧୩ ତାରିଖ ୨ ଦିନ ବ୍ୟାପି ପିପିଏଲ ଭଲିବଲ ଚ୍ୟାଲେଂଜ କପ୍ – ୨୦୨୧ ଆୟୋଜିତ ହୋଇ ଯାଇଛି । ଏଥିରେ ପିପିଏଲ ସମେତ ପାରାଦ୍ୱୀପ ପୋର୍ଟ, ଢିଙ୍କିଆ, ଜଗତସିଂହପୁର, କେନ୍ଦ୍ରାପଡା ଓ ବାଲେଶ୍ୱର ଅଂଚଳର ଭଲିବଲ ଦଳ ଏହି ବାର୍ଷିକ ଟୁର୍ନାମେଂଟରେ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚର ବାଲେଶ୍ୱର ପିପିଏଲ ଦଳକୁ ୨୪-୨୨ ଓ ୨୪-୨୧ ରେ ପରାସ୍ତ କରି ଚମ୍ପିଆନ ହୋଇଥିବା ବେଳେ ପିପିଏଲ ଦଳ ରନର୍ସପ୍ ହୋଇଥିଲା । ଏହି ଅବସରରେ ପିପିଏଲର ସିଓଓ ରଂଜିତ ସିଂ ଚୁଗ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଦଳ ଓ ଖେଳାଳୀଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.