Tuesday , March 28 2023
Breaking News
Home / ବିଶେଷ / ପାରାଦ୍ୱୀପ : ପେଟ୍ରୋଲ କମ୍ ଦେବା ଅଭିଯୋଗ କରିବାରୁ ଗ୍ରାହକଙ୍କୁ ମାଡ ମାରି ଲହୁ ଲୁହାଣ କଲେ ପମ୍ପ କର୍ମଚାରୀ

ପାରାଦ୍ୱୀପ : ପେଟ୍ରୋଲ କମ୍ ଦେବା ଅଭିଯୋଗ କରିବାରୁ ଗ୍ରାହକଙ୍କୁ ମାଡ ମାରି ଲହୁ ଲୁହାଣ କଲେ ପମ୍ପ କର୍ମଚାରୀ

ପାରାଦ୍ୱୀପ,୧୪/୦୨/୨୦୨୧ (ଓଡ଼ିଶା ସମାଚାର)-ପେଟ୍ର୍ରୋଲ ପମ୍ପରେ ତେଲ କମ୍ ଦେବା ପ୍ରତିବାଦ କରିବାରୁ ଜଣେ ଗ୍ରାହକଙ୍କୁ ମାଡ ମାରି ଲହୁ ଲୁହାଣ କଲେ ପେଟ୍ରୋଲ କମ୍ପର କର୍ମଚାରୀ । ନାକ ଫଟାଇ ଦେବା ସହିତ ଆଖି ଓ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ହାତ ଜଖମ ହୋଇଛି ସମ୍ପୃକ୍ତ ଗ୍ରାହକଙ୍କର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପାରାଦ୍ୱୀପ ଦୋଛକିରେ ଥିବା ରିଲିୟନ୍ସ ଟାଙ୍କିରେ । ଗତ ଶନିବାର ରାତି ସାଢେ ବାରଟାବେଳେ ଟାଙ୍କି ଠାରୁ କଛି ଦୂରରେ ଥିବା ଏକ ହୋଟେଲ ର କର୍ମଚାରୀ ଶିକ୍ଷ୍ୟ କାଣ୍ଡି ତାଙ୍କ ବାଇକରେ ତେଲ ପକାଇବାକୁ ଯାଇଥିଲେ । ସମ୍ପୃକ୍ତ ଟାଙ୍କି କର୍ମଚାରୀ ମିଟର ଜିରୋ ନକରି ଆଗରୁ ତେଲ ଚାଲୁ କରିବାରୁ ଶିଷ୍ୟ ପ୍ରତିବାଦ କରିଥିଲେ । ଏବଂ ଦ୍ୱିତୀୟ ଥର ଜିରୋ କରି ତେଲ ପକାଇବାକୁ କହିଥିଲେ କିନ୍ତୁ ଏହା ନକରିବାରୁ ଶିକ୍ଷ୍ୟ ପ୍ରତିବାଦ କରିଥିଲେ । ଯାହାକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ମାନେ ଉତ୍ୟକ୍ତ ହୋଇ ସଂଘବଦ୍ଧ ହୋଇ ଶିଷ୍ୟ ଙ୍କୁ ଗୁଡେଇ ତୁଡେଇ ପିଟିଥିଲେ । ଖବର ପାଇ ହୋଟେଲ ମାଲିକ ପହଂଚିବା ପରେ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅଠରବାଙ୍କୀ ହସ୍ପିଟାଲରେ ଚିକିତ୍ସା ପରେ ଲକ୍ ଥାନାରେ ଏତଲା ହୋଇଛି । ଅଧିକ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତରିତ ହୋଇଥିବା ଜଣା ପଡିଛି । ଅନ୍ୟପକ୍ଷରେ ପେଟ୍ରୋଲ ପମ୍ପ କର୍ତୃକକ୍ଷ ୨ଜଣ ଗଣ୍ଡଗୋଳ କରିଥିବା ଦର୍ଶାଇ ପୋଲିସରେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.