Monday , March 27 2023
Breaking News
Home / ବିଶେଷ / ପାରାଦୀପ କେନ୍ଦ୍ରୀୟ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ :  ଅଫିସ୍ ସମୟରେ  ତାଲା – କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି

ପାରାଦୀପ କେନ୍ଦ୍ରୀୟ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ :  ଅଫିସ୍ ସମୟରେ  ତାଲା – କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି

ପାରାଦୀପ ୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ଭାରତୀୟ ମଜଦୁର ସଂଘ ଜଗତ୍ସିଂହପୁର ଜିଲ୍ଲା ସଭାପତି ଅକ୍ଷୟ କୁମାର ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗତ ଶୁକ୍ରବାର ପାରାଦୀପ ସ୍ଥିତ କେନ୍ଦ୍ରୀୟ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ପାଇଁ ଯାଇଥିଲେ । ତେବେ ଦିନ ୧୦ଟାରୁ ଅପରାହ୍ନ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ତାଲା ପଡିଥିବା ଯୋଗୁଁ ଅପେକ୍ଷା କରି ଶେଷରେ ଏହି ଶ୍ରମିକ ପ୍ରତିନିଧି ଦଳ ହତାଶ ହୋଇ ପ୍ରତ୍ୟାବର୍ତନ କରିଥିଲେ ଏବଂ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନଥିବା ଶ୍ରମିକ ନେତା ମାନେ ଅଭିଯୋଗ କରିଛନ୍ତି । ଏହି ସମସ୍ୟା ବାରମ୍ବାର ଘଟୁଥିବାରୁ ପାରାଦୀପ ପରି ଏକ ଶିଳ୍ପ ସହରରେ ଶ୍ରମିକ ମାନଙ୍କର ସମସ୍ୟା ଯେ କେତେଦୁର ସମାଧାନ ହେଉଥିବ ତାହା ସନ୍ଦେହ ସୃଷ୍ଟି କରିଛି ।

ଅଫିସ୍ ସମୟରେ ତାଲା

ତେଣୁ ଏହାକୁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କଠୋର ପଦକ୍ଷେପ ନେବାକୁ ଭାରତୀୟ ମଜଦୁର ସଂଘ ଜଗତସିଂହପୁର ଜିଲ୍ଲା ସଭାପତି ଅକ୍ଷୟ କୁମାର ଦାସ, ସମ୍ପାଦକ ଅବିନାଶ ଦାସ, ସହ-ସମ୍ପାଦକ ଅଶୋକ ଦାସ, ବଜରଙ୍ଗ ସ୍ୱାଇଁ ଓ ଉପଦେଷ୍ଟା ପ୍ରଦୀପ ନାୟକ ପ୍ରମୁଖ ଦାବି କରିବା ସହ ଭବିଷ୍ୟତରେ ଏ ସମସ୍ୟାକୁ ନେଇ ଆନ୍ଦୋଳାନାତ୍ମକ ପଥ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.