Thursday , March 23 2023
Home / ବିଶେଷ / ନୀଳକଣ୍ଠେଶ୍ୱରଙ୍କ ପୀଠରେ ବିଶ୍ୱଶାନ୍ତି ମହଯଜ୍ଞ

ନୀଳକଣ୍ଠେଶ୍ୱରଙ୍କ ପୀଠରେ ବିଶ୍ୱଶାନ୍ତି ମହଯଜ୍ଞ

ନିରାକାରପୁର, ୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ରମାବିଲ ଗ୍ରାମର ଆରାଧ୍ୟଦେବ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱରଙ୍କ ପୀଠରେ ଚଳିତ ବର୍ଷ ମାଘମାସ ଶୁକ୍ଲପକ୍ଷ ପ୍ରତିପଦ କୁମ୍ଭ ଏକଦିନ ଠାରୁ ତିନିଦିନ ବ୍ୟାପି  ତୃତୀୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଅଛି । ଭକ୍ତ ମାନେ ମାନସିକ କରି ପବିତ୍ର ମନ୍ଦାକିନୀ ନଦୀରୁ ଏକ କଳସଯାତ୍ରାକରି ବାଜାବାଣ ରୋଷଣିରେ ଗ୍ରାମ ପରିକ୍ରମା କରି ନୀଳକଣ୍ଠେଶ୍ୱରଦେବଙ୍କ ପୀଠରେ ପହଂଚିଥିଲେ । ପରେ ଗ୍ରାମର ଆରଧ୍ୟଦେବ ଥାନାପତି ଶ୍ରୀ ବ୍ରଜବିହାହାରୀ ଦେବଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥିଲା । ଗ୍ରାମରେ ଥିବା ଚାରିସାହିର ଭଗବତ ଠାକୁରଙ୍କୁ ସାଥିରେ ନେଇ ବ୍ରଜବିହାରୀଦେବ ନୀଳକଣ୍ଠେଶ୍ୱରଙ୍କ ପୀଠରେ ବିଜେକରିଥିଲେ । ସୂର୍ଯ୍ୟପୂଜା, ଗୋପୁଜା, ଶାଲାପୂଜା ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ହଜାରେ ହଜାରେ ଭକ୍ତଙ୍କର ମହାମିଳନରେ ଘଂଟ ଘଂଟି  ଶଙ୍ଖ ନାଦରେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।  କୋଭିଡ ନିୟମକୁ ମାନି ଭକ୍ତମାନେ ପୂଜାର୍ଚନା କରିଥିଲେ । କମିଟି ସଭ୍ୟ ସତ୍ୟବାଦୀ ପାଇକେରାୟ, ଗୋଦାବାରୀ କହଲସିଂହ, ଏକଲବ୍ୟ ଜେନା, ଯୋଗୀନାଥ ସାହୁ, କବିରାଜ ରାଉତରାୟ, ନିତ୍ୟାନନ୍ଦ ମଙ୍ଗରାଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆସନ୍ତା ୧୫ତାରିଖ ଦିନ ପୂର୍ଣ୍ଣାହୁତୀ କାର୍ଯ୍ୟ ଅନୁଷ୍ଠିତ ହେବ । ଭକ୍ତ ମାନେ ବହୁ ସଂଖ୍ୟାରେ ଯୋଗଦେବାପାଇଁ କମିଟି ତରଫରୁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.