Wednesday , March 29 2023
Home / ତାଜା ଖବର / ନନ୍ଦନକାନନର ର ବଟାନିକାଲ ଗାର୍ଡେନରେ ନିଆଁ ଲାଗିଛି

ନନ୍ଦନକାନନର ର ବଟାନିକାଲ ଗାର୍ଡେନରେ ନିଆଁ ଲାଗିଛି

ଭୁବନେଶ୍ୱର, ୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ନନ୍ଦନକାନନର ର ବଟାନିକାଲ ଗାର୍ଡେନରେ ନିଆଁ ଲାଗିଛି । ପ୍ରାୟ ୫ ଏକର ପରିମିତ ଜଙ୍ଗଲରେ ଲାଗିଥିବା ନିଆଁ ଲିଭା କାର୍ଯ୍ୟରେ ବାରଙ୍ଗର ୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।
ଖବର ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୨ ଟା ବେଳେ ହଠାତ୍ ନନ୍ଦନକାନନର ବଟାନିକାଲ ଗାର୍ଡେନରେ ନିଆଁ ଲାଗିଯାଇଥିଲା । ଯାହାପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ନିଆଁ ଲାଗିବା ନେଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀର ୨ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସେହିପରି ଏବେଯାଏଁ ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ନିଆଁ କୁ ଆୟତ କରି ଜଙ୍ଗଲ ମଧ୍ୟରେ ଥିବା ପଶୁ ଓ ପକ୍ଷୀ ମାନଙ୍କୁ କିପରି ସୁରକ୍ଷା ଦିଆଯାଇ ପାରିବ ତାହା ହିଁ ଚିନ୍ତା ଜନକ । ଓଡ଼ିଶା ସମାଚାର

Leave a Reply

Your email address will not be published.