ଗରଦପୁର, ୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ନଇନ୍ଦିପୁର ହାଇସ୍କୁଲ ଖେଳ ପଡ଼ିଆରେ ଗତ ୨ ଦିନ ଧରି ଚାଲିଥିବା ଦିବା ରାତି୍ର କ୍ରିକେଟ ଟୁର୍ଣ୍ଣାମେଂଟ ରେ ଜଗତସିଂହପୁରର ମୁନଲାଇଟ କ୍ରିକେଟ ଟିମ୍ ବିଜୟୀ ହୋଇ ଚମ୍ପିଆନ ଟ୍ରଫି ହାସଲ କରିଛି । ଫ୍ରେଣ୍ଡ୍ କି୍ରକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୮ମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଂଟ ର ଫାଇନାଲ ମ୍ୟାଚ ରେ ଭୁବନେଶ୍ୱରସ୍ଥିତ ରସୁଲଗଡ଼ କ୍ରିକେଟ ଟିମ୍ , ଜଗତସିଂହପୁରର ମୁନଲାଇଟ କ୍ରିକେଟ ଟିମ୍ ପରଷ୍ପରକୁ ଭେଟିଥିଲେ । ପ୍ରଥମେ ଟସ ଜିତି ମୁନଲାଇଟ ଟିମ ନିର୍ଦ୍ଧାରିତ ୫ ଓଭର ବଲ ଖେଳି ୩ ୱିକେଟ ବିନିମୟରେ ୫୨ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଭୁବନେଶ୍ୱରସ୍ଥିତ ରସୁଲଗଡ଼ କ୍ରିକେଟ ଟିମ୍ ୪ ଓ୍କିକେଟ ହରାଇ ୪୮ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲେ । ଫଳରେ ମୁନଲାଇଟ କୁ ବିଜୟୀ ଘୋଷଣା କରାଯାଇଥିଲା । ଏହି ଚିତାକର୍ଷକ ସଂଘର୍ଷମୟ ଖେଳରେ ରସୁଲଗଡ଼ କ୍ରିକେଟ ଟିମ ର ବବୁଲୁ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବାବେଳେ ମୁନଲାଇଟ ର ତାପସ ମ୍ୟାନ ଅଫ ଦି ସିରିଜ ହୋଇଥିଲେ । ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ଅଜୟ କୁମାର ରାଉତ , ଯୁବ ନେତା ରାଜେସ ଦାସ , ଜିଲା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା , ସ୍ମୃତି ଶେଖର ଜେନା , ଅମିୟ ରାୟ ନରୋତମ ପରିଡ଼ା ପ୍ରମୁଖ ଉପସ୍ଥିତ ହୋଇ ବିଜୟୀ ମୁନ ଲାଇଟ କ୍ଲବ କୁ ଚମ୍ପିଆନ ଟ୍ରଫି ପ୍ରଦାନ କରିବା ସହିତ ନଗଦ ୧୪ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ଉତ୍ସବରେ ରସୁଲଗଡ଼ କ୍ରିକେଟ ଟିମ କୁ ରନର୍ସ କପ ସହିତ ନଗଦ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସର୍ବଶ୍ରୀ ନଳିନୀ କାନ୍ତ ପରିଡ଼ା, ଗଣେଶ୍ୱର ଘଡ଼େଇ, ସମିର କାନ୍ତ ପରିଡ଼ା, ଆସିସ ଜେନା ଅମ୍ପେଆର ଥିଲାବେଳେ ଏଥିରେ ମୋଟ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର