Tuesday , March 28 2023
Home / ବିଶେଷ / ଚିକିଣିଆ ପଂଚାୟତରେ ବସୁଧା ଯୋଜନା ଦିଗହରା , ସ୍ୱଛ ଭାରତ ମିଶନ ଫେଲ 

ଚିକିଣିଆ ପଂଚାୟତରେ ବସୁଧା ଯୋଜନା ଦିଗହରା , ସ୍ୱଛ ଭାରତ ମିଶନ ଫେଲ 

ରଘୁନାଥପୁର, ୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଚିକିଣିଆ ପଂଚାୟତରେ ବସୁଧା ଯୋଜନା ରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଦିଗହରା ହୋଇଥିବାବେଳେ ସ୍ୱଛ ଭାରତ ମିଶନ ଫେଲ ମାରିଛି । ଏହି ପଂଚାୟତର ଚିକିଣିଆ , କଳାଧାରୀ, ଏରଣ୍ଡପାଳ ଗ୍ରାମର ୧୩ ଗୋଟି ୱାର୍ଡ଼ ଥିଲାବେଳେ କେବଳ ୨ / ୩ ଟି ୱାର୍ଡ଼କୁ ଛାଡ଼ିଦେଲେ ବାକି ୧୦ ଗୋଟି ୱାର୍ଡ଼ର ଲୋକମାନେ ସ୍ୱଛ ପାନୀୟ ଜଳ ପାଇବାରୁ ବଂଚିତ ହୋଇଛନ୍ତି । ଫଳରେ ପଂଚାୟତିରାଜ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଉଥିବା ଓଭରହେଡ଼ ଟାଙ୍କି ଏକ ପ୍ରକାର ଅଚଳ ହେବା ସହିତ ବିଭିନ୍ନ ୱାର୍ଡ଼କୁ ସଂଯୋଗ କରୁଥିବା ପାଇପ ଲାଇନ୍ ଗୁଡ଼ିକ ନଷ୍ଟ ହୋଇ ଯାଇଛି । ଫଳରେ ଏହି ପଂଚାୟତର ମଲିକ ସାହି, ଭୋଇ ସାହି, ମୁସଲମ ସାହି, ମୁଦୁଲି ସାହି, ନାୟକ ସାହି ଓ ତେଲି ସାହି ର ୨୦୦ ପରିବାର ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି । ସେହିପରି ଏହି ପଂଚାୟତରେ ସ୍ୱଛ ଭାରତ ମିଶନ ରେ ୧୫୦ ପରିବାର ପାଇଖାନା ପାଇବାରେ ବଂଚିତ ହୋଇଥିବାରୁ ଏଠାରେ ସ୍ୱଛ ଭାରତ ମିଶନ ଫେଲ ମାରିଛି । ଏଠାକାର ଲୋକମାନେ ସ୍ୱଛ ବାହ୍ୟ ମଳମୂତ୍ର ପଂଚାୟତ ଗଠନ କରି ପାରୁନାହାନ୍ତି । ପଂଚାୟତର ସରପଂଚ ଶର୍ମିଷ୍ଠା ସ୍ୱାଇଁ ବାରମ୍ବାର ବିଭାଗୀୟ କନିଷ୍ଠ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ ଏବଂ ରଘୁନାଥପୁର ବିଡ଼ିଓ ଙ୍କୁ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁନଥିବା ପ୍ରକାଶ କରିଛନ୍ତି । ଅନ୍ୟ ପଟେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶ୍ରଦ୍ଧାଂଜଳୀ ଦାସ ଏବଂ ଦୀପାଲିକା ବିଶ୍ୱାଳ ପାଇଖାନା ନହେଲେ ଆମେ କଣ କରିପାରିବୁ ବୋଲି ସରପଂଚଙ୍କୁ ଓଲଟା ଉତର ଦେଉଥିବା ସେ କହିଛନ୍ତି । ଏହି ପଂଚାୟତକୁ  କନିଷ୍ଠ ଯନ୍ତ୍ରୀମାନେ କେବେ ବି ଆସୁନଥିବାରୁ ଏପରି ହୋଇଥିବା ସେ ଗୁରୁତର ଅଭିଯୋଗ କରିବା ସହିତ ଏ ବିଷୟରେ ଭିଜିଲାନ୍ସ ତଦନ୍ତ କରିବାକୁ ସେ ଜଗତସିଂହପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସମ୍ପୃକ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅଭିମନ୍ୟୁ ଦାସ କହିଛନ୍ତି ଯେ ଚିକିଣିଆ ପଂଚାୟତର ସମସ୍ୟା ବିଷୟରେ ମୋତେ ସରପଂଚ ଲିଖିତ ଜଣାଇଚନ୍ତି । ମୁଁ ପଂଚାୟତର ସମସ୍ୟା ବୁଝିବା ପାଇଁ କନିଷ୍ଠ ଯନ୍ତ୍ରୀ ମାନଙ୍କୁ କହିଛି । ତେବେ ଆଗକୁ ଖରାଦିନ ଆସୁଥିବାରୁ ପାଇଖାନା ଓ ପିଇବା ପାଣିର ସମସ୍ୟା ଦୂର ନହେଲେ ଗ୍ରାମବାସୀମାନେ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିବେ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସରପଂଚ ଶର୍ମିଷ୍ଠା ସ୍ୱାଇଁ, ଅକ୍ଷୟ ଭୋଇ, ପ୍ରମୋଦ ଭୋଇ, ବାସନ୍ତୀ ନାୟକ,ସୁଶାନ୍ତ ନାୟକ,ଗଜେନ୍ଦ୍ର ଭୋଇ, କେଦାର ସାହୁ,ତାପସ ସ୍ୱାଇଁ ପ୍ରମୁଖ ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.