Saturday , April 1 2023
Breaking News
Home / କୃଷି / ଗୋପାଳକ ଚାଷୀଙ୍କ ଅନଶନ ଚେତାବନୀ

ଗୋପାଳକ ଚାଷୀଙ୍କ ଅନଶନ ଚେତାବନୀ

ଗରଦପୁର, ୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର ଗୋ-ପାଳକ ଚାଷୀ ମାନେ ସେମାନଙ୍କ ନ୍ୟାଯ୍ୟ ଦାବି ପୂରଣ ପାଇଁ ଆମରଣ ଅନଶନ କରିବାକୁ ଚେତାବନୀ ନେଇଛନ୍ତି । ଆସନ୍ତା ୧୭ ତାରିଖ ମଧ୍ୟରେ କ୍ଷତିଗ୍ରସ୍ତ ୩୮ ଜଣ ଗୋ ଚାଷୀ ଙ୍କୁ ସରକାରୀ ସହାୟତା ନମିଳିଲେ ଆସନ୍ତା ୧୮ ତାରିଖ ଦିନ ଚାଷୀମାନେ ସିଡ଼ିଭିଓ ଙ୍କ କାର୍ଯ୍ୟାଳୟଠାରେ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି । ଉଲେଖନୀୟ ଏହିକି ୨୦୧୮ ମସିହା ପ୍ରବଳ ବର୍ଷାରେ ଗରଦପୁର ବ୍ଲକ୍ ଗୋପାଳକ ଚାଷୀଙ୍କର ବହୁତ କ୍ଷୟକ୍ଷତି ହୋଇଥିଲା ।  ଅନେକ ଚାଷୀଙ୍କର ଘର କାନ୍ଥ ଭୁଷୁଡ଼ି ଗୁହାଳ ଭାଙ୍ଗିପଡ଼ିବା ସହିତ ଗୋ ସମ୍ପଦ ମୃତ୍ୟୁ ବରଣ କରିଥିଲେ । ୩୮ ଜଣ କ୍ଷତିଗ୍ରସ୍ତ ଚାଷୀ ଙ୍କ ତାଲିକା ପ୍ରସ୍ତୁତ କରାଯାଇ ବିଭାଗ ତରଫରୁ ଆର୍ଥିକ ସହାୟତା ପାଇଁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପଶୁ ସମ୍ପଦ ବିଭାଗ ସହିତ ତହସିଲ କାର୍ଯ୍ୟାଳୟ ମିଳିତ ଭାବେ କ୍ଷୟକ୍ଷତି ଅନୁଧ୍ୟାନ କରି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେଇଥିଲେ । ହେଲେ ପ୍ରଶାସନର ମାର ପେଂଚ ନୀତି ପାଇଁ ଆଜି ସୁଦ୍ଧା ଗୋପାଳକ ଚାଷୀମାନଙ୍କୁ କ୍ଷୟ କ୍ଷତି ବାବଦ ଆର୍ଥିକ ସହାୟତା ମିଳିପାରିନାହିଁ । କ୍ଷତିଗ୍ରସ୍ତ ଚାଷୀମାନେ ବାରମ୍ବାର ବିଭିନ୍ନ ଦପ୍ତରକୁ ଦୌଡ଼ି ନିରାଶ ହୋଇପଡ଼ିଛନ୍ତି । ସିଡ଼ିଭିଓ କାର୍ଯ୍ୟାଳୟ ର କର୍ତୃପକ୍ଷ ଚାଷୀଙ୍କ ସହିତ ଚଂଚକତା କରୁଥିବା ଗୋପାଳକ ଚାଷୀ ଅରୁଣ କୁମାର ପଣ୍ଡା ଅଭିଯୋଗ କରିଛନ୍ତି । ଏଥି ସହିତ ଚାଷୀମାନେ ଜିଲାପାଳ ଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିବା ପରେ ଜିଲା ପ୍ରଶାସନର ଏକର୍ଜେନ୍ସି ବିଭାଗ ତରଫରୁ ୧୫ ଦିନ ମଧ୍ୟରେ ଚାଷୀମାନଙ୍କୁ ନ୍ୟାୟ ମିଳିବ ବୋଲି ଆଶ୍ୱାସନା ଦିଆଯାଇଥିଲା । ଇତି ମଧ୍ୟରେ ୧୭ ତାରିଖକୁ ୧୫  ଦିନ ହେବାକୁ ମାତ୍ର ୨ ଦିନ ବାକି ଥିବାବେଳେ ପ୍ରଶାସନ ସେମାନଙ୍କୁ ଅଣଦେଖା କରୁଥିବା ଚାଷୀ ସର୍ବଶ୍ରୀ ଶ୍ରୀଧର ରାଉତ,ରାମଚନ୍ଦ୍ର ଖୁଂଟିଆ, ସୁରେଶ ଚନ୍ଦ୍ର ଦାସ, ତ୍ରିନାଥ ମହାରଣା ପ୍ରମୁଖ ଅଭିଯୋଗ କରିଛନ୍ତି । ଅପର ପକ୍ଷରେ ପ୍ରାକୃତିକ ଦୁର୍ବିପାକରେ କ୍ଷତିଗ୍ରସ୍ତ ହୋଇଥିବା ହିତାଧିକାରୀ ମାନଙ୍କ ପାଇଁ ଆସିଥିବା ୧୯ କୋଟି ଟଙ୍କା  ଦୁଇ ତିନି ବର୍ଷ ଧରି ଜିଲାରେ ପଡ଼ି ରହିଥିବା ଜଣାପଡ଼ିଛି । ୨୦୧୮ ମେଁ ୫ ଓ ୬ ତାରିଖ ରେ ହୋଇଥିବା ଅତି ପ୍ରବଳ ରୁ ପ୍ରବଳତର ବର୍ଷା ଜନିତ କ୍ଷୟ କ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଦେବା ପାଇଁ ସରକାର ସେତେବେଳେ ସୂଚନା ଦେଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ସହାୟତା ଦେବାରେ ଟାଳ ଟୁଳ ନୀତି ଅବଲମ୍ବନ କରୁଥିବା ରୁ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.