ସାଲେପୁର,୧୪/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା): କଟକ ରୁ ରାଜକନିକା ଯାଉଥିବା ପ୍ରିନ୍ସ ନାମକ ଘରୋଇ ଯାତ୍ରିବାହୀ ବସ ନାଳିଆ ମୁହଁ ନିକଟରେ ଏକ କାର ସହ ଧକାଦେଇ ରାସ୍ତାକଡରେ ଥିବା ନଡ଼ିଆଗଛ କୁ ଧକାଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସ୍ ରେ ଥିବା ୨୦ଜଣ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ସହାୟତା ରେ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଛି।ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ତଦନ୍ତ କରୁଛି। କେତେ ଜଣ ଯାତ୍ରି ଆହତ ହୋଇଛନ୍ତି ତାହା ଜଣାପଡ଼ିନାହିଁ । ଓଡ଼ିଶା ସମାଚାର