ଗରଦପୁର, ୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ଆସନ୍ତା କାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି । ଏହି ପରିପ୍ରେକ୍ଷିରେ କେନ୍ଦ୍ରାପଡ଼ା ଉପ ଜିଲାପାଳଙ୍କ ଠାରୁ ଅନୁମତି ଆଣି ବନ୍ଦ କୁ ସଫଳ କରିବା ପାଇଁ ଏକ ଗାଡିରେ ପ୍ରଚାର କରାଯାଉଥିଲା । ଏହି ପ୍ରଚାର ଗାଡ଼ି ବିଭିନ୍ନ ସ୍ଥାନରେ ପ୍ରଚାର କରିବା ପରେ ବଙ୍ଗାଳପୁର – ଚାଚୋଳ ରାସ୍ତାରେ ପ୍ରଚାର କରି ଯାଉଥିବାବେଳେ ବଙ୍ଗାଳପୁର ଗ୍ରାମର ଜଣେ ଯୁବକ ଉକ୍ତ ପ୍ରଚାର ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିଥିଲା । ମାଇକ ଭାଙ୍ଗିବା ସହ ପ୍ରଚାର କରୁଥିବା ପିଲା ଅଜୟ ନନ୍ଦଙ୍କୁ ଗାଡ଼ି ଭିତରୁ ଟାଣିଆଣି ମାଡ଼ ମାରିଥିଲା । ମାଇକ ର ବିଭିନ୍ନ ସରଂଜାମ ଫିଙ୍ଗା ଫୋପଡ଼ା କରିବା ସହ ପ୍ରଚାର ଅନୁମତି ପତ୍ରକୁ ଛଡ଼ାଇ ନେଇଥିଲା । ଏହି ଖବର ପାଇ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଘଟଣାସ୍ଥଳରେ ପହଂଚି ଏସବୁ ଜାଣିବା ପରେ ପାଟେକୁରା ଥାନାରେ ଲିଖିତ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଏତଲା ପାଇ କୁଦାନଗରୀ ଫାଣ୍ଡି ଅଧିକାରୀ ଅଜୟ କୁମାର ସୁନ୍ଦରାୟ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ ଚଳାଇଛନ୍ତି । ଓଡ଼ିଶା ସମାଚାର