ରଘୁନାଥପୁର, ୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ନିଶ୍ଚିନ୍ତୋକାଇଲି ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର ବଜାର ଓ ଉତରକୂଳ ବଜାରରେ ୨ ନମ୍ବର ସିମେଂଟ ବିକ୍ରୀ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଉତରକୂଳ ପଂଚାୟତର ମେହେନ୍ଦିପୁର ଠାରେ ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ୫ କ୍ଷ ଟଙ୍କା ବ୍ୟୟ ରେ ଏକ ଠାକୁରଙ୍କ କୋଠ ଘର ନିର୍ମାଣ କରାଯାଉଛି । କୋଠଘର ଓ ଏହାର ଛାତ ପଡ଼ିସାରିଥିବାବେଳେ ସ୍ଥାନୀୟ ଯୁବକମାନେ ସରସ୍ୱତୀ ପୂଜାରେ ଘର ପ୍ରତିଷ୍ଠା ସହିତ ପୂଜା କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ । ତେବେ ଏଥିପାଇଁ ଗତକାଲି ଏସିସି ଏଫ ୨ ଆର ସିମେଂଟ ସ୍ଥାନୀୟ ବଜାରରେ ଥିବା ବ୍ରଜ ମୋହନ ବେହେରାଙ୍କ ଠାରୁ ଆଣିଥିଲେ । ଏହି ସିମେଂଟ ରେ ସ୍ଥାନୀୟ ମିସ୍ତ୍ରୀ କାନ୍ଥରେ ଟାଇଲ ଓ ଫ୍ଲୋର ଟାଇଲିଂ କରିଥିବାବେଳେ ଆଜି ସକାଳୁ କାନ୍ଥରେ ଲାଗିଥିବା ଟାଇଲ ଗୁଡ଼ିକ ଖର୍ଡ ଖଣ୍ଡ ହୋଇ ଗଳିପଡ଼ିଥିଲା ଏବଂ କାନ୍ଥରେ ଲାଗିଥିବା ସିମେଂଟ ହାତରେ ଗୁଣ୍ଡ ହୋଇ ଯାଉଥିବା ସ୍ଥାନୀୟ ଯୁବକମାନଙ୍କ ପକ୍ଷରୁ ଦେବେସ କୁମାର ଦାସ,ମନୋରଂଜନ ପରିଡ଼ା, ସୁଶାନ୍ତ ସ୍ୱାଇଁ, ରାକେଶ ରାଉତ, ବାବୁଲି ସ୍ୱାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି । ଏବିଷୟରେ ଏସିସି ସିମେଂଟ ପକ୍ଷରୁ ଏରିଆ ମ୍ୟାନେଜର ଦେବାଶିଷ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାସ୍ଥଳକୁ ଯାଇ ଦେଖିଲା ପରେ କଣ ହୋଇଛି କହିବେ ବୋଲି ଉତର ଦେଇଛନ୍ତି । ଏଥିରେ ପିଲାମାନଙ୍କର ୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ହୋଇଥିବା ସେମାନେ ଜଣାଇଛନ୍ତି । ଓଡ଼ିଶା ସମାଚାର