Saturday , April 1 2023
Breaking News
Home / କ୍ରୀଡ଼ା / ମା’ବିଲନାହାକଣୀ କ୍ରିକେଟ କ୍ଲବ ପକ୍ଷରୁ ପଂଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ

ମା’ବିଲନାହାକଣୀ କ୍ରିକେଟ କ୍ଲବ ପକ୍ଷରୁ ପଂଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ

କେନ୍ଦ୍ରାପଡା, ୧୩/୦୨/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚାୟତର ବନ୍ଧକଟାସ୍ଥିତ ମା’ବିଲନାହାକଣୀ କ୍ରିକେଟ କ୍ଲବର ୧୦ମ ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠିତ ଏକ ପଂଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଂଟରେ ବଛରାଇର ମା’ବୃନ୍ଦାବତୀ କ୍ରିକେଟ କ୍ଲବ, ସାହାସପୁରର ଏମ.ଏ.ସି. କ୍ରିକେଟ କ୍ଲବ, ହଜାରିବଗିଚାର ରାଉତବ୍ରଦର୍ସ କ୍ରିକେଟ କ୍ଲବ, ଗୋପର ଅମରେଶ୍ୱର ସ୍ପୋଟିଂ କ୍ଲବ, ଏଣ୍ଡରର ବି.ଏମ.ସି.ସି. କ୍ରିକେଟ କ୍ଲବ, ପୁରୁଷୋତମପୁରର ୭ ସି.ସି. କ୍ରିକେଟ କ୍ଲବ, କୁହୁଡିର ଏସ.ଏମ.ପି. କ୍ରିକେଟ କ୍ଲବ ଓ ଜଗଦିସପୁରର ବି.ଏମ.ସି.ସି. କ୍ରିକେଟ କ୍ଲବ ପ୍ରଭୃତି ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ ସାହାସପୁରର ଏମ.ଏ.ସି. କ୍ରିକେଟ କ୍ଲବ ୧୫ଓଭରରେ ୯ୱିକେଟ ହରାଇ ୧୪୬ରନ କରିଥିବା ବେଳେ ତା’ର ଜବାବରେ ଜଗଦିସପୁରର ବି.ଏମ.ସି.ସି. କ୍ରିକେଟ କ୍ଲବ ୧୫ଓଭରରେ ୭ୱିକେଟ ବିନିମୟରେ ମାତ୍ର ୧୨୦ରନ କରିବାକୁ ସକ୍ଷମ ହୋଇଥିଲା । ଏହି ଉପଲକ୍ଷେ ପ୍ରଫୁଲ୍ଲ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉସôବରେ କଂସାର ପଂଚାୟତ ସରପଂଚ ପ୍ରଦୁ୍ୟମ୍ନ କୁମାର ଜେନା ମୁଖ୍ୟ ଅତିଥି, ଆଇନବଜୀବି ବିଧୁଭୂଷଣ ମହାପାତ୍ର, ସାମ୍ବାଦିକ ଚିତରଞ୍ଜନ ଦାସ, ସମାଜସେବୀ ସନ୍ତୋଷ କୁମାର ବେହେରା, ଅଗଣି ରାଉତ ଓ ଗଜେନ୍ଦ୍ର ପରିଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳ ଏମ.ଏ.ସି. କ୍ରିକେଟ କ୍ଲବକୁ ଚମ୍ପିୟନ ଟ୍ରଫି ଓ ୫ହଜାର ଟଙ୍କା ଏବଂ ପରାଜିତ ଦଳ ବି.ଏମ.ସି.ସି. କ୍ରିକେଟ କ୍ଲବକୁ ରନର୍ସଅପ ଟ୍ରଫି ଓ ୪ହଜାର ଟଙ୍କା ପ୍ରଦାନ କରିଥିଲେ । ମା’ବିଲନାହାକଣୀ କ୍ରିକେଟ କ୍ଲବ ପକ୍ଷରୁ ମନୋରଞ୍ଜନ ସାମଲ, ବିଶ୍ୱଜିତ ରାଉତ, ତପନ କୁମାର ରାଉତ, ସୁଦିପ୍ତ ରାଉତ, ରାଜା ସାମଲ, ଜଗଦିଶ ରାଉତ, ପ୍ରେମାନନ୍ଦ ସାମଲ, ଗଣେଶ ସାମଲ, ମୁନା ରାଉତ, ଅମର ରାଉତ, ଆଲୋକ ରାଉତ, ଭାଗିରଥୀ ସାମଲ ଓ ବରୁଣ ରାଉତ ପ୍ରମୁଖ ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.