ନିରାକାରପୁର,୧୩/୦୨/୨୦୨୧ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥିତ କବି ପ୍ରସନ୍ନ କୁମାର ପାଟ୍ଟଶାଣୀ କଲେଜରେ ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ରେଡ଼କ୍ରସ ଶିବିର ଦ୍ୱିତୀୟ ଦିବସରେ ସଡ଼କ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ଆଜିର ଅତିଥିଭାବେ ଏଆଇପିଏଲ କମ୍ପାନୀର ସିନିୟର ସେଫ୍ଟି ମ୍ୟାନେଜର ଏଲ. ସନ୍ଦୀପ କୁମାର ,ସେଫ୍ଟି ଇଞ୍ଜିନିୟର ଗୋବିନ୍ଦ ଚନ୍ଦ୍ର ମହାରଣା ଯୋଗଦେଇ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସଡ଼କ ସୁରକ୍ଷା ନିୟମଗୁଡ଼କ ସଂପର୍କରେ ଆଲୋକପାତ କରିଥିବାବେଳେ ରାସ୍ତାରେ ଗାଡ଼ି ଚାଳନା କରି ଯିବା ସମୟରେ ସିଟବେଲ୍ଟ, ହେଲମେଟ ପିନ୍ଧିବା ସହ ମୋବାଇଲରେ କଥା ନହେବାକୁ ବାରଣ କରିଥିଲେ । ସେହିପରି ଦ୍ୱିତୀୟାର୍ଦ୍ଧରେ ଆଶୁ ଚିକିତ୍ସା ପାଇଁ କଣ କରିବା ଆବଶ୍ୟକ ଅଛି ସେଥିପାଇଁ ଆମେ ପାଖରେ କଣ ରଖିବା ସେ ସଂପର୍କରେ କଲେଜର ଯୁବ ରେଡ଼କ୍ରସ ସଂଯୋଜକ ପ୍ରାଣେଶ୍ୱର ଜୟସିଂହ ବଝାଇଥିଲେ । ଓଡ଼ିଶା ସମାଚାର