Wednesday , March 29 2023
Home / କୃଷି / ମତ୍ସ୍ୟ ଓ ମୁଗ ଚାଷୀଙ୍କୁ ଉନ୍ନତ ଚାଷ ପ୍ରଣାଳୀ ଅଧିକ ଲାଭବାନ ପାଇଁ ଏକଦିବସୀୟ ପ୍ରଶିକ୍ଷଣ ଶିବିର

ମତ୍ସ୍ୟ ଓ ମୁଗ ଚାଷୀଙ୍କୁ ଉନ୍ନତ ଚାଷ ପ୍ରଣାଳୀ ଅଧିକ ଲାଭବାନ ପାଇଁ ଏକଦିବସୀୟ ପ୍ରଶିକ୍ଷଣ ଶିବିର

ନିରାକାରପୁର,୧୩/୦୨/୨୦୨୧ (ଓଡ଼ିଶା ସମାଚାର)- କୃଷି ବିଜ୍ଞାନ କେନ୍ଦ୍ର, ଆଇସିଏଆର, ଭୁବନେଶ୍ୱର ଓ ବିଶ୍ୱ ଜୀବନ ସେବା ସଂଘ ଆନୁକୁଲ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲା ମଙ୍ଗଳାଯୋଡ଼ିଠାରେ ମତ୍ସ୍ୟ ଓ ମୁଗ ଚାଷୀମାନଙ୍କର ଏକ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏସଏମଏସ ଆଗ୍ରୋନୋମୀ ସୁରେନ୍ଦ୍ର ସିଂହ , ଫିସରିଜ ଏସଏମଏସ ପି.ଆର ସାହୁ ଓ ବିଶ୍ୱ ଜୀବନ ସେବା ସଂଘ ସାଧାରଣ ସଂପାଦକ ବୈଦ୍ୟନାଥ ବରାଳ ଯୋଗଦେଇ ଉପସ୍ଥିତ ମତ୍ସ୍ୟ ଓ ମୁଗ ଚାଷୀମାନଙ୍କୁ କିପରି ଉନ୍ନତ ପ୍ରଣାଳୀରେ ଚାଷ କରି ଅଧିକ ଅମଳ କରିବା ସହ ସଠିକ ମୂଲ୍ୟରେ ବଜାରରେ ବିକ୍ରୀ ଅଧିକଲାଭବାନ ହୋଇପାରିବେ ସେ ସଂପର୍କରେ ବିସ୍ତୃତଭାବେ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ବିଶ୍ୱ ଜୀବନ ସେବା ସଂଘ ସଂଯୋଜକ ଅକ୍ଷୟ କୁମାର ମଙ୍ଗରାଜ ଓ ଉମାକାନ୍ତ ବଳିୟାରସିଂହ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ରହି ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.