କଳାହାଣ୍ଡି,୧୩/୦୨/୨୦୨୧ (ଓଡିଶା ସମାଚାର / ସଂଜୟ ସିଂହ )- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଓ ମୋଟର ଠାରେ ସରକାର ଙ୍କ ଅବହେଳା ଯୋଗୁଁ ଚାଷୀମାନ ଙ୍କ ହଜାର ହଜାର କୁଇଣ୍ଟାଲ ଧାନ ପଡିରହିଛି ।ଏହାକୁ ନେଇ ବିଜେପି ଦଳ ପକ୍ଷରୁ ଗତ କିଛି ଦିନ ହେବ ମଣ୍ଡିରେ ଆନ୍ଦୋଳନ କରିଥିଲେ । ତଥାପି ପ୍ରଶାସନ କର୍ଣ୍ଣପାତ କରୁ ନ ଥିବାରୁ ଦଳ ପୁଣି ଆନ୍ଦୋଳନ କରିଛି । ଶନିବାର ଦିନ ୧୦ ଟା ରୁ ମଧ୍ୟ।ହ୍ନ ୧ଘଣ୍ଟା ପର୍ୟ୍ୟନ୍ତ ଦୀର୍ଘ ୩ ଘଣ୍ଟା କାଳ ଜାତୀୟ ରାଜପଥ ନଂ- ୨୬ କୁ ଆମପାଣି ଓ ମୋଟରଠାରେ ଅବରୋଧ କରି ପ୍ରଶାସନ କୁ ଚେତାବନୀ ଦେଇଛନ୍ତି।
ରାସ୍ତା ଅବରୋଧ ଫଳରେ କଳାହାଣ୍ଡି ଭବାନୀପାଟଣା -ଜୟପୁର ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜିର ଏହି ରାସ୍ତା ରୋକରେ ବରିଷ୍ଠ ବିଜେପି ନେତା ଦନାର୍ଦ୍ଧନ ପଣ୍ଡା, ବିଜୟ ଦେବ ସାହୁ, ଜିଲ୍ଲା ଉପ-ସଭାପତି ବଦ୍ରିନାରାୟଣ ପଟନାୟକ ,ଆମପାଣି ୧ ଜୋନ୍ ଜିଲ୍ଲା ପରିଷଦ -ହେମାଙ୍ଗୀନୀ ହଂସ, କୋକସରା ମଣ୍ଡଳ ସଭାପତି ତ୍ରିନାଥ ବାଗ,ସାଧାରଣ ସଂପାଦକ ତ୍ରିନାଥ ଶବର, ଜିଲ୍ଲା ସଭାପତି ଭଜମାନ ନାଏକ,ମଧୁବନ ପାତ୍ର,ମଣ୍ଡଳ ଉପ ସଭାପତି ଚକ୍ରଧର ବେଶ୍ରା , ଶ୍ରୀମତୀ କୁନ୍ତୀ ପାଳପ୍ରମୁଖ ଉପସ୍ଥିତ ଥିଲେ ।ଓଡିଶା ସମାଚାର