ରଘୁନାଥପୁର ୧୩/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ରାଢଙ୍ଗ ପଂଚାୟତର କଳିଙ୍ଗା ଗ୍ରାମର ଧର୍ନୁର୍ଦ୍ଧର ମଲ୍ଲିକଙ୍କ ପୁଅ ରତିକାନ୍ତ ମଲ୍ଲିକ ଆଜକୁ ୨ବର୍ଷ ତଳେ ଏକ ୩୦ ଫୁଟ ତାଳ ଗଛରୁ ଖସିପଡି ଥିଲେ । ଫଳରେ ତାଙ୍କର ଅନ୍ଟା ମେରୁଦଣ୍ଡ ହାଡ ଭାଙ୍ଗିଯାଇ କିଡ୍ନି ନଷ୍ଟ ହୋଇଯାଇଛି । ଅନ୍ଟା ପାଖରୁ ପାଦ ପର୍ଯ୍ୟନ୍ତ ଅଚଳ ହୋଇଯାଇଛି । ସେ ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁ ନାହାଁନ୍ତି । ୨ବର୍ଷ ଧରି ଶଯ୍ୟାଶାୟୀ ହୋଇ ଘରେ ପଡି ଅଛନ୍ତି । ଏକ ଭଙ୍ଗା ଦଦର କୁଡିଆ ଘରେ ରତିକାନ୍ତ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ଏକମାତ୍ର ରୋଜଗାର କ୍ଷମ ପୁଅର ଏଭଳି ଅବସ୍ଥା ଦେଖି ତାଙ୍କର ବାପା ମା ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଦାରିଦ୍ର୍ୟର କଷା ଧାତ ମଧ୍ୟରେ ଉବୁଟୁବୁ ହେଉଥିବା ଦିନ ମଜୁରୀଆ ଜଣେ ଭୂମିହୀନ ଅତ୍ୟନ୍ତ ଗରିବ ଧର୍ନଦ୍ଧର ଚିକିତ୍ସା ବୋଝ ବହନ କରିବା ପାଇଁ ସଂପୂର୍ଣ୍ଣ ଅକ୍ଷମ ଅଟନ୍ତି । ଜଗତସିଂହପୁର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ଗରିବ ଭିନ୍ନକ୍ଷମ ରତିକାନ୍ତର ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହାୟତ ଯୋଗାଇଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର