Sunday , April 2 2023
Breaking News
Home / ଶିକ୍ଷା / ବିଦ୍ୟାଳୟ ରେ ଅଭିଭାବକ ବୈଠକ

ବିଦ୍ୟାଳୟ ରେ ଅଭିଭାବକ ବୈଠକ

 ଗରଦପୁର, ୧୩/୦୨/୨୦୨୧ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତସ୍ଥିତ ହରିଦାସପୁର ଗ୍ରାମରେ ଥିବା ପଂଚାୟତ ନାଗମଣି ଉଚ ବିଦ୍ୟାଳୟରେ ଆଜି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନାଥ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ସ୍କୁଲ ରେ ପଢ଼ୁଥିବା ଛାତ୍ର ଛାତ୍ରୀମାନଙ୍କ ଅଭିଭାବକମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଆସନ୍ତା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ୨୦୨୧ ପାଇଁ ଛାତ୍ର ଛାତ୍ରୀ ମାନଙ୍କ ପ୍ରାକ୍ ପ୍ରସ୍ତୁତି ନିମନ୍ତେ ଏକ ପଦକ୍ଷେପ ସହିତ ମୁଖ୍ୟତଃ ୧୦୦ ଦିନିଆ ପାଠ୍ୟ ଖସଡ଼ା , ପରୀକ୍ଷା ଦର୍ପଣ, କୋଭିଡ଼ ୧୯  ପରିପ୍ରେକ୍ଷିରେ ଜରୁରୀ ନିୟମାବଳୀ ପ୍ରଣୟନ ଓ ବିଦ୍ୟାଳୟ ସୁରକ୍ଷା ଓ ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସମୁଦାୟ ୩୬ ଜଣ ଅଭିଭାବକ ମଧ୍ୟରୁ ୨୭ ଜଣ ପୁରୁଷ ଓ ମହିଳା ଅଭିଭାବକମାନେ ଯୋଗ ଦେଇ ଆଲୋଚନାରେ ଅ÷ଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତି୍ରୀ ଓ କର୍ମଚାରୀ ସହଯୋଗ କରିବା ସହ ମତା ମତ ରଖିଥିଲେ । ଜିଲା ମନିଟରିଂ ଟିମ ଯଥା ବିଜ୍ଞାନ ପ୍ଲାନିଂ କୋ ଅର୍ଡ଼ିନେଟର, ଏସଏସ ଏସଟି ଜିଲା କୋ ଅର୍ଡ଼ିନେଟର ଓ ଡ଼ିଆଇଟି ବାଲିଆ , କେନ୍ଦ୍ରାପଡ଼ାର ସିନିଅର ଅଧିକାରୀ ବୈଠକ ପରିଦର୍ଶନ କରି ମତାମତ ରଖିଥିଲେ ।

ସେହିପରି ପାଟକୁରା ନୋଡ଼ାଲ ଉଚ ବିଦ୍ୟାଳୟ , ନଇନ୍ଦିପୁର ଉଚ ବିଦ୍ୟାଳୟ,କୋରୁଆ ସରକାରୀ ଉଚ ବିଦ୍ୟାଳୟ , ଫଜଲହକ ହାଇସ୍କୁଲ , କଳାବୁଦା ପଂଚାୟତ ଉଚ ବିଦ୍ୟାଳୟ ସମେତ ସନାତନ ସଂସ୍କୃତ  ବିଦ୍ୟାଳୟ ପହଣା ଠାରେ ମଧ୍ୟ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.